ବରଗଡ଼ : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକ ସଦାସର୍ବଦା ଅସହାୟ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରି ସେମାନଙ୍କ ହକ ପାଇଁ ଲଢେ଼ଇ କରିଆସୁଥିବା ଦେଖିବାକୁ ମିଳିଥାଏ।ତାଙ୍କ ପ୍ରୟାସ ଦ୍ଵାରା ପଦ୍ମପୁର ଅଞ୍ଚଳର ଅନେକ ଅସହାୟ ବ୍ୟକ୍ତି ମାନେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପାଇପାରୁଛନ୍ତି।
ଏମିତି ଏକ ଅସହାୟ ବ୍ୟକ୍ତି ହେଉଛନ୍ତି ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅମଠି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଅନାଦିବାହାଳ ଗ୍ରାମର ଭିନ୍ନକ୍ଷମ ଅଭି ବାଗ।ତାଙ୍କର ନିଜସ୍ଵ ପରିବାର କହିଲେ କେହି ନାହାନ୍ତି,ତାଙ୍କର ପୁତୁରା ଏବଂ ଭାଉଜଙ୍କ ସହାରାରେ ଏକ ହୁଇଲ ଚେୟାରରେ ଚଳପ୍ରଚଳ କରି ଜୀବନ ଅତିବାହିତ କରିଆସୁଛନ୍ତି।ତାଙ୍କ ବିଷୟରେ ଜାଣିବା ପରେ ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକ ଗତବର୍ଷ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରେ ଅଭିଯୋଗ କରି ଚିକିତ୍ସା ପାଇଁ ଆର୍ଥିକ ସହାୟତା ଏବଂ ଚିକିତ୍ସା ବନ୍ଦୋବସ୍ତ କରିବା ପାଇଁ କହିଥିଲେ ଯାହା ପ୍ରଭାବରେ ଅଭିଙ୍କ ଘରକୁ ଝାରବନ୍ଧ ବ୍ଳକର ମେଡ଼ିକାଲ ଟିମ ଘରକୁ ପହଞ୍ଚି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ।ଏହାପରେ ଝାରବନ୍ଧ ତହସିଲ ଅଫିସରୁ ମଧ୍ୟ ଅଧିକାରୀ ମାନେ ଅଭିଙ୍କ ଘରକୁ ଯାଇ ସତ୍ୟାସତ୍ୟ ଅନୁସନ୍ଧାନ କରିଥିଲେ।କିଛି ଦିନ ପୂର୍ବରୁ ଅଭିଙ୍କ ଅକାଉଣ୍ଟ ମାଧ୍ୟମରେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିଛି।
ଏହା ନେବାପାଇଁ ଯିବାକୁ ଅକ୍ଷମତା ପ୍ରକାଶ କରିଥିବାରୁ ଶ୍ରୀ ଅଭି ବାଗ ଙ୍କ ଘରକୁ ଅମଠି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଲକ୍ଷେ ସିଂ ଥପା ସ୍ଥାନୀୟ କିଓସ୍କ ବ୍ୟାଙ୍କ ଅପରେଟର ଦେବରାଜ ଧିଣ୍ଡାଙ୍କୁ ନେଇ ତାଙ୍କ ସହାୟତା ରାଶି ଉଠାଇବା ବ୍ୟବସ୍ଥା କରିଥିଲେ।ସ୍ୱେଚ୍ଛାସେବୀ ଦୀପାଙ୍କ ପ୍ରୟାସ ଯୋଗୁଁ ଅନାଦିବାହାଲ ଭଳି ଏକ ଉପାନ୍ତ ଅଂଚଳରେ ସରକାରୀ ଯୋଜନା ପହଞ୍ଚି ପାରିଥିବାରୁ ସ୍ଥାନୀୟ ଜନସାଧାରଣ ତାଙ୍କର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ସରପଞ୍ଚ ଲକ୍ଷେ ସିଂ ଥପାଙ୍କ ବଦାନ୍ୟତାକୁ ମଧ୍ୟ ଭୁୟସୀ ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.