ଓଡ଼ିଶା ସରକାର ଓ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ମିଳିତ ସହଯୋଗରେ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମ ଓ ଗବେଷଣା ନିମନ୍ତେ ନୂତନ ପଦକ୍ଷେପ ଗ୍ରହଣ

0

ଭୁବନେଶ୍ୱର, ତା.୦୬/୦୬:  ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି । ଏକ ନୂତନ ପଦକ୍ଷେପ ସ୍ୱରୂପ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଏବଂ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଡିନ୍ ଏବଂ ଫାକଲଫି ମେମ୍ବରମାନଙ୍କ ମଧ୍ୟରେ ଆଲୋଚନା କରାଯାଇ ଓଡ଼ିଶାରେ ହୁ୍ୟମାନ କ୍ୟାପିଟାଲ ଡେଭଲପ୍ମେଣ୍ଟ ନିମନ୍ତେ ଟ୍ରାନ୍ସଫରମେଟିଭ୍ ଟ୍ରେନିଂ, ନୂଆ ନୂଆ ଗବେଷଣା ଏବଂ ପାଥ୍ ଟ୍ରେନିଂ ଇନୋଭେସନ ମାଧ୍ୟମରେ ଗବେଷଣା ପାଇଁ ସ୍ଥିର ହୋଇଛି ।
ଆଲୋଚନା ବିଶେଷତଃ ଫାକଲଫି ଟ୍ରେନିଂ, ଷ୍ଟୁଡେଣ୍ଟ ଇଣ୍ଟରନ୍ସିପ୍ ମିଳିତ ସହଯୋଗରେ ଗବେଷଣା ଏବଂ ରାଜ୍ୟ ସରକାରୀ ଅଧିକାରୀମାନଙ୍କୁ ତାଲିମ୍ ପ୍ରଦାନ ସମ୍ପର୍କରେ ହୋଇଥିଲା । ରାଜ୍ୟ ସରକାର ଏବଂ ସଂଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ସହଯୋଗରେ ବିଶେଷ ଉଦ୍ଦେଶ୍ୟ ସାଧନ କରୁଥିବା ବିଶ୍ୱବିଦ୍ୟାଳୟସ୍ତରୀୟ ଶିକ୍ଷା ଓ ଗବେଷଣା ସ୍ତରରେ ବୈପ୍ଳବିକ ପରିବର୍ତ୍ତନ ଆଣି ଓଡ଼ିଶାକୁ ଏକ ଉଚ୍ଚ ସୋପାନରେ ପହଞ୍ଚାଇବାକୁ ଲକ୍ଷ୍ୟ
ରଖାଯାଇଛି ।
ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରର ପରିଚିତ ସ୍ୱନାମଧନ୍ୟ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟକୁ ଏହି ମିଳିତ ସହଯୋଗ ନିମନ୍ତେ ଚୟନ କରାଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ଓ ଗବେଷଣା ମାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ସହଭାଗିତା ମାଧ୍ୟମରେ ରାଜ୍ୟ ସରକାର ଶିକ୍ଷାକ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିବା ସହ ଓଡ଼ିଶାକୁ ଦେଶରେ ଗବେଷଣା ନିମନ୍ତେ ଏକ ହବ୍(ପେ=ସ୍ଥଳୀ)ରେ ପରିଣତ କରିବା ପାଇଁ ଆଶା ରଖିଛନ୍ତି ।
ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ସହଯୋଗରେ ଉପରୋକ୍ତ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଆମେ ଆନନ୍ଦିତ ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି । ଆମେ ଆମର ଛାତ୍ରଛାତ୍ରୀ, ଫାକଲଫି ଏବଂ ସରକାରୀ ଅଧିକାରୀମାନଙ୍କର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସାମର୍ଥ୍ୟ ବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ ପ୍ରକାଶ କରିଥିଲେ । ଏହି ସହଯୋଗ ଭବିଷ୍ୟତରେ ଓଡ଼ିଶାର ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ଏକ ନୂଆ ରୂପ ଦେବ, ଏହା ନିଃସନ୍ଦେହ ବୋଲି ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ । ମିଳିତ ସହଯୋଗରେ ବିଭିନ୍ନ ପଦକ୍ଷେପ ସ୍ୱରୂପ ଛାତ୍ରଛାତ୍ରୀ ଏବଂ ଫାକଲଫିମାନଙ୍କ ପାଇଁ ଏକ୍ସଚେଞ୍ଜ ପ୍ରୋଗ୍ରାମ, ମିଳିତ ଗବେଷଣା ପ୍ରକଳ୍ପ ଏବଂ ରାଜ୍ୟ ସରକାରୀ ପଦାଧିକାରୀମାନଙ୍କ ପାଇଁ କାପାସିଟି ବିଲ୍ଡିଂ କାର୍ଯ୍ୟକ୍ରମ ଉପରେ ମୁଖ୍ୟତଃ ଗୁରୁତ୍ୱ ଦେବେ ।
ଏହି ସହଭାଗିତା ଶିକ୍ଷାର ମାନ, ନୂତନ ଉ—ାବନ ଓ ଜ୍ଞାନର ବିନିମୟ ଦ୍ୱାରା ଓଡ଼ିଶାର ସୁଦୂରପ୍ରସାରୀ ବିକାଶ ପାଇଁ ଭିତ୍ତିଭୂମି ହେବ ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ପ୍ରକାଶ ଥାଉ କି, ଅନ୍ତର୍ଜାତୀୟ ସ୍ତରରେ, ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ଶିକ୍ଷା, ଗବେଷଣା କ୍ଷେତ୍ରରେ ୧୧ତମ ସ୍ଥାନରେ ରହିଛି । ତେଣୁ ବିଶ୍ୱସ୍ତରୀୟ ଏହିଭଳି ଶିକ୍ଷାନୁଷ୍ଠାନ ସହ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ସହଯୋଗ ସ୍ଥାପନ କରିବା ଦ୍ୱାରା ଉଚ୍ଚଶିକ୍ଷାର ମାନ ବୃଦ୍ଧି ପାଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଆଶା ବ୍ୟକ୍ତ କରିଛନ୍ତି ।

 

Leave A Reply

Your email address will not be published.