ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସ୍ଥାନୀୟ ସଦଭାବନା ଭବନ ଠାରେ ଆଜି ଜିଲ୍ଲାପାଳ ଡା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଙ୍କ ଦ୍ଵାରା ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି I
ଆଜିର ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ମୋଟ 267 ଟି ଅଭିଯୋଗ ଆସିଥିଲା I ସେଥି ମଧ୍ୟରୁ 247 ଟି ଅଭିଯୋଗ ବ୍ୟକ୍ତିଗତ ହୋଇଥିବା ବେଳେ 20 ଟି ସାମୁହିକ ଅଭିଯୋଗ ଗୁଡିକ ରହିଥିଲା I ଏହି ଅଭିଯୋଗ ଗୁଡିକ ମଧ୍ୟରୁ 144 ଗୋଟି ଅଭିଯୋଗ ର ତତକ୍ଷଣାତ ସମାଧାନ କରାଯଇଥିଲା I ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ଆର୍ଥିକ ସହାୟତା ନିମନ୍ତେ 75 ଗୋଟି ଆବେଦନ ଆସିଥିଲା ଏବଂ 3 ଗୋଟି ଆବେଦନ ରହିଥିଲା ରେଡକ୍ରସ ରୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ I
ଆଜିର ଏହି ଅଭିଯୋଗ ଶୁଣାଣୀ ରେ ମୁଖ୍ୟତଃ ସ୍ୱାସ୍ଥ୍ୟ ସମସ୍ୟା, ବିସ୍ଥାପନ ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଡି. ଆର୍. ଆଇ. ଲୋନ୍, କୂତ୍ରିମ ଅଙ୍ଗ ପ୍ରଦାନ, ଡ୍ରେନେଜ ତଥା ରାସ୍ତା ସମସ୍ୟା, ରାସନ କାର୍ଡ, ଆବାସ ଯୋଜନା ରେ ସାମିଲ ଆଦି ସମସ୍ୟା ଗୁଡିକ ରହିଥିଲା I ସମସ୍ତ ଅଭିଯୋଗ ଗୁଡିକର ଅନୁଧ୍ୟାନ କରି ତାହାର ତୁରନ୍ତ ସମାଧନ କରିବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା I
ଏହି ଅଭିଯୋଗ ଶୁଣାଣୀ ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରବିନାରାୟଣ ସାହୁ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ଅଭିମନ୍ୟୁ ବେହେରା, ଜିଲ୍ଲାପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସରୋଜ କୁମାର ମିଶ୍ର, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଶ୍ରୀ ରାମକୃଷ୍ଣ ଗଣ୍ଡ , ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.