କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୃତାହତ ଓ ଆହତଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ଅନୁଷ୍ଠିତ

0

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ସହର ସ୍ଥିତ ଗାନ୍ଧୀ ଛକ ଠାରେ ଗାନ୍ଧୀ ପ୍ରତିମୂର୍ତ୍ତି ପାର୍ଶ୍ୱରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ହୋଇ ଥିବା ରେଳ ଦୁର୍ଘଟଣାକୁ ନେଇ ନିରବ ପ୍ରାର୍ଥନା କରାଯାଇଛି I ଏହି ଟ୍ରେନ ଦୁର୍ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଛି I ଲୌହ ଦାନଵ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ରେ ମୃତ୍ୟୁ ବରଣ କରିଥିବା ଯାତ୍ରୀଙ୍କ ଉଦେଶ୍ୟରେ ଆଜି ସୋମବାର ସନ୍ଧ୍ୟା ଘ ୭.୩୦ମି କ୍ୟାଣ୍ଡେଲ ଦୀପ ଜାଳି ସ୍ବର୍ଗତଃ ଅମର ଆତ୍ମାର ସଦଗତି ନିମନ୍ତେ ଶାନ୍ତି ଓ ନିରବ ପ୍ରାର୍ଥନା କରାଯାଇଛି I ଆହତ ବ୍ୟକ୍ତିଙ୍କ ନିମନ୍ତେ ଆଶୁ ଆରୋଗ୍ୟ କାମନା କରା ଯାଇଥିଲା I ଏହି ପରିପ୍ରେକ୍ଷୀରେ “ପ୍ରେସ କ୍ଲବ”ର ସମସ୍ତ ସାମ୍ବାଦିକ ଏବଂ ବହୁ ବୁଦ୍ଧିଜୀବୀ, ଜ୍ଞାନୀଜୀବୀ, ପୁଲିସ ଅଧିକାରୀ, ବରିଷ୍ଠ, କନିଷ୍ଠ ସଚେତନ ନାଗରିକ ମିଳିମିଶି ଏକ ମିନିଟର ଶାନ୍ତି ଓ ନିରବ ପ୍ରାର୍ଥନା କରିଥିଲେ I ଏହା ସହ ଉପସ୍ଥିତ ସମସ୍ତ ଭଦ୍ର ମଣ୍ଡଳୀ କ୍ୟାଣ୍ଡେଲ ଜାଳି ଗୁରୁତ୍ୱର ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ I ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସଭାପତି ଅରୁଣ କୁମାର ଷଡ଼ଙ୍ଗୀ, ସମ୍ପାଦକ ଅନିଲ କୁମାର ଦଳବେହେରା, ସଂଗଠନ ସମ୍ପାଦକ ଗଗନ କୁମାର ପ୍ରଧାନ, କୋଷାଦକ୍ଷ ପ୍ରତାପ ଚନ୍ଦ୍ର ପାଢ଼ୀ, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ଦେବନାଥ ଦଳ ବେହେରା, ପତିତପାବନ ସାହୁ, ସାମ୍ବାଦିକ ସମୀର କୁମାର ପାଢୀ, ସାମ୍ବାଦିକ ବଟକୃଷ୍ଣ ଦାସ, ସାମ୍ବାଦିକ ରାମକୃଷ୍ଣ ଚୌଧୁରୀ, ସାମ୍ବାଦିକ ପ୍ରଶନ୍ନ କୁମାର ମିଶ୍ର, ସାମ୍ବାଦିକ ଚିନ୍ମୟ କୁମାର ସେଠୀ, ସାମ୍ବାଦିକ ସାମନ୍ତ ଶେଖର ନାୟକ, ସାମ୍ବାଦିକ ସୁଜିତ କୁମାର ସାହୁ, ସାମ୍ବାଦିକ ଆଶୁତୋଷ ସାହୁ, ସାମ୍ବାଦିକ ଏନ ରାଜା ରାଓ, ବିଜେଡି ନେତ୍ରୀ ଜାଲିନା ପ୍ରିୟଦର୍ଶୀନି, ପ୍ରଶାନ୍ତ ଦାସ, ଅବସରପ୍ରାପ୍ତ ବିଏସଏଫ ଯବାନ କିଶୋର ଚନ୍ଦ୍ର ନାୟକ, ବିଭିନ୍ନ ୱାର୍ଡର କାଉନ୍ସିଲର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ଏନଏସି ବରିଷ୍ଠ କିରାଣୀ ସତ୍ୟନାରାୟଣ ମହାପାତ୍ରଙ୍କ ସମେତ ବହୁ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ I

Leave A Reply

Your email address will not be published.