ପଦ୍ମପୁର/ନୀଳ ଦୀପ -ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ କମିଶନର ଶ୍ରୀଯୁକ୍ତ ଅଞ୍ଜନ କୁମାର ମାଣିକଙ୍କ ବରଗଡ଼ ଜିଲ୍ଲା ଗସ୍ତ ଅବସରରେ ପଦ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଓ ତାର ନିରାକରଣ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ଶ୍ରମ କମିଶନର ଶ୍ରୀଯୁକ୍ତ ମାଣିକ ଦାଦନ ଶ୍ରମିକ ରୋକିବା ପାଇଁ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଏବଂ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାର ନିରାକରଣ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।ନିଜ ଅଞ୍ଚଳରେ ଶ୍ରମିକ ମାନେ କିପରି ଭାବରେ ଜୀବିକା ନିର୍ବାହ କରି ଆର୍ଥିକ ସ୍ବାବଲମ୍ଭୀ ହୋଇପାରିବେ ସେ ଉପରେ ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ କାମ ଯୋଗାଇ ଦେବାପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଉପରିସ୍ଥ ବିଭାଗୀୟ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।ଏତଦ ବ୍ୟତୀତ ଯେଉଁ ଶ୍ରମିକ ମାନେ ଅଧିକ ଉପାର୍ଜନ ତଥା କାମଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଇଛୁକ ସେମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ପଞ୍ଚାୟତ ଓ ବ୍ଳକ ସ୍ତରୀରେ ନାମ ପଞ୍ଜିକରଣ କରିବା ପାଇଁ ପରାମର୍ଶ ଦେଇଥିଲେ ।ଏହି ଅବସରରେ କାମ ଅନ୍ବେଷଣରେ ଅନ୍ୟ ରାଜ୍ୟକୁ ଯାଇଥିବା ବିଜେପୁର ବ୍ଳକ ବାଦିପାଲି ଗ୍ରାମର ଶ୍ରୀ ଧନେଶ୍ୱର ପୋଢ଼ ଓ ଅନ୍ୟମାନେ କିପରି ବିଭିନ୍ନ ଦୁର୍ଘଟଣାର ସମ୍ମୁଖୀନ ହୋଇ ଅନ୍ୟ ରାଜ୍ୟରେ ପ୍ରତିକୂଳ ପରିସ୍ଥିତିରେ କାମ କରୁଥିଲେ ତାହା ବର୍ଣ୍ଣନା କରିବା ସହିତ ବର୍ତ୍ତମାନ ଶ୍ରମବିଭାଗର ଯୋଜନାରେ ସାମିଲ ହୋଇ କିପରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ତା ଉପରେ ମତାମତ ରଖିଥିଲେ ।ଉକ୍ତ ବୈଠକରେ ସହକାରୀ ଶ୍ରମ କମିଶନଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଶ୍ରୀଯୁକ୍ତ କୄତିବାସ ରାଉତ,ଡି.ପି.ଏମ ଶ୍ରୀଯୁକ୍ତ ରାଜଗୋପାଳ ଦାଶ,ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରାକର ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଶ୍ରୀଯୁକ୍ତ ହେମନ୍ତ କୁମାର ପ୍ରଧାନଙ୍କ ସମେତ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ବିଭାଗର କର୍ମଚାରୀ ତଥା ବିଭିନ୍ନ ଅଞ୍ଚଳର ଶ୍ରମିକମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରାକର ସଭାପ୍ରାରମ୍ଭରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ଦେଇଥିଲେ ଏବଂ ସଭାଶେଷରେ ପ୍ରକଳ୍ପ ନିର୍ଦେଶକ ଶ୍ରୀ କୄତିବାସ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.