ଓଡ଼ଗାଁ ପାଇଁ ୨ କୋଟି ୫୩ଲକ୍ଷ ଟଙ୍କା ମଞ୍ଜୁର, ବଦଳିବ ଓଡ଼ଗାଁ ଏନଏସିର ରୁପରେଖ

0

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜ୍ଞାପିତ ପରିଷଦର ବଦଳିବ ରୂପରେଖ । ସହରର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ଅନ୍ୟାନ୍ୟ ବିକାଶମୂଳକ କାର୍ଯ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ କୋଟି ୫୩ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଓଡ଼ଗାଁ ବ୍ଲକ ସଭା ଗୃହରେ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଏହି ସୂଚନା ମିଳିଥିବା ନେଇ ଓଡ଼ଗାଁ ବିଡ଼ିଓ ତଥା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା କହିଛନ୍ତି। କନଫରେନ୍ସ ବେଳେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କ ସହିତ ମିଶନ ଶକ୍ତି ଗୋଷ୍ଠୀ, ଓଡ଼ଗାଁର ବରିଷ୍ଠ ନାଗରିକ, ବସ୍ତି ବାସିନ୍ଦା ଆସୋସିଏସନମାନେ ଅଂଶଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା) ଅନ୍ତର୍ଗତ ଯୋଜନାରେ ମଞ୍ଜୁର ହୋଇଥିବା ଅର୍ଥ ସହର ସୌନ୍ଦର୍ଯ୍ୟକରଣ,ମିନି ପାର୍କ,ଭେଣ୍ଡିଙ୍ଗ ଜୋନ,ଶିଶୁ କ୍ରୀଡା ଉଦ୍ୟାନ,ମୁକ୍ତାକାଶ ବ୍ୟାୟାମଶାଳା,ପୁଷ୍କରିଣୀ ପୁନରୁଦ୍ଧାର ଏବଂ ଫେବର୍ ରୋଡ ନିର୍ମାଣ ଇତ୍ୟାଦି ବିଭିନ୍ନ ବିକାଶମୂଳକ କାର୍ଯରେ ବିନିଯୋଗ ହେବ, ଯାହା ଦ୍ଵାରା ଓଡ଼ଗାଁ ଏନଏସିର ରୂପରେଖ ବଦଳିଯିବ ବୋଲି ମନେ କରାଯାଏ।

Leave A Reply

Your email address will not be published.