କାଶୀପୁର /ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସ୍ଥିତ ପୋଡାପାଡ଼ି ଠାରେ ଶ୍ରୀ ମାଁ ଅଗ୍ନିକୁମାରୀ ଠାକୁରାଣୀ ଙ୍କ ଘଟ ଯାତ୍ରା ୯ଦିନ ଧରି ଯାତ୍ରା ହେଉଥିବା ବେଳେ ଏହି ଥର 11ଦିନ ଧରି ପୂଜାର୍ଚ୍ଚନା ହୋଇ ଆସୁଥିଲା ହେଲେ ଆଜି ମା ଙ୍କ ଯାତ୍ରା ଉଦ୍ ଯାପିତ ହୋଇଯାଇଛି। ଏହି 11 ଦିନ ସ୍ଥାନୀୟ କଳାକାର ମାନେ ବିଭିନ୍ନ ପ୍ରକାର ନାଚ ଗୀତ ପ୍ରଦର୍ଶନ କରିଥାନ୍ତି |ରାଜା ରାଜୁଡା ସମୟରୁ ହିଁ ପୋଡାପାଡ଼ି ରେ ଠାକୁରାଣୀ ଯାତ୍ରା ଧୁମ ଧାମ ରେ ପାଳନ ହୋଇଆସୁଅଛି। ଏହି ସମୟରେ ମାଁ ଠାକୁରାଣୀଙ୍କ ଘଟ ହାଣ୍ଡି ବାହାରି ପ୍ରତ୍ୟେକ ଦିନ ସାହି ସାହି ପରିକ୍ରମା କରିଥାନ୍ତି ଓ ଗ୍ରାମବାସୀ ଲିଆ, ମୁଆ ପଣା ପାଣି ଦେଇ ମାଆଙ୍କୁ ଶାନ୍ତି କରିଥାନ୍ତି ଓ ଗ୍ରାମ ପରିକ୍ରମା କରି ଫେରି ଆସିବା ସମୟରେ ମା ଙ୍କୁ ଗ୍ରାମର ଯୁବକ ମାନେ ସାଇଲୋଡି ନାଚ ସହିତ ପାଛୋଟି ନେଇଥାନ୍ତି ଯାତ୍ରା ପଡିଆ ଯାଏଁ, ରାତ୍ରୀ ସମୟରେ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ଯାତ୍ରା କମିଟି ତରଫରୁ ବିଭିନ୍ନ ପ୍ରକାର ନାଟ ପରିବେଷଣ ସହ ସାହି ସାହି ରେ ଫାର୍ସ ବା ନାଟକ ମଧ୍ୟ ହୋଇଥାଏ । ବିଭିନ୍ନ ସ°ପ୍ରଦାୟ ଲୋକମାନେ ବିଭିନ୍ନ ପ୍ରକାରର ଅଲ୍ କାମ୍ ବେଶ ଧାରଣ କରି ନୃତ୍ୟ କରିଥାନ୍ତି। ସେଠାରେ ଭକ୍ତ ମାନେ ଧୂପ,ଦୀପ,ଭୋଗ ଦେଇ ପୂଜା କରିବା ପରେ ଘଟ ଯାତ୍ରା ସମାପନ ହୋଇଥାଏ। ଗତ ଦୁଇବର୍ଷ ଧରି କଭିଡ କଟକଣା ପାଇଁ ନିରାଡ଼ମ୍ବର ଭାବରେ ପାଳନ ହେଉଥିବା ବେଳେ ବର୍ତ୍ତମାନ ଧୁମ ଧାମ୍ ରେ ପାଳନ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post