ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ଗ୍ରାମଠାରେ ୨୭ତାରିଖ ଠାରୁ ୧୦ଟି ଟିମକୁ ନେଇ ଚାଲୁ ରହିଥିବା ଭଲିବଲ ଖେଳ ଉଦଯାପିତ ହୋଇଯାଇଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସ୍ୱାତୀ.କୁମାରଙ୍କ ନିର୍ଦ୍ଦେଶକ୍ରମେ ଓ ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଭଲିବଲ ଟୁର୍ଣ୍ଣାମେଣ୍ଟରେ ଗୁଲୁବା ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ୧୦ଟି ଭଲିବଲ ଟିମ ଅଂଶଗ୍ରହଣ କରିଥିଲେ।
ଶେଷ ଦିନରେ ସମସ୍ତ ଟିମକୁ ପଛରେ ପକାଇ କାଲେମା ଟିମ ବିଜୟୀ ଘୋଷିତ ହୋଇଥିଲା ଓ ଡ଼ୁବୁରୀ ଟିମ ରନର୍ସ ହୋଇଥିଲା । ଉଭୟ ଦଳଙ୍କୁ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ସିଲ ସହ ଅର୍ଥରାଶି ପ୍ରଦାନ କରି ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଡବା ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.