ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମେଳନ କକ୍ଷରେ ଚଳିତ ବର୍ଷ ପ୍ରକାଶ ପାଇଥିବା ଦଶମ ବୋର୍ଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପିତୃମାତୃହୀନ ଛାତ୍ରଛାତ୍ରୀଙ୍କ ନିମନ୍ତେ ବୈଷୟିକ ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଅନୁଷ୍ଠାନ, ଆଶୀର୍ବାଦ ହିତାଧିକାରୀ , ମାତୃପିତୃ ହୀନ କାର୍ଯ୍ୟକ୍ରମରେ ଚିହ୍ନଟ ହୋଇଥିବା ମାତୃପିତୃହୀନ ଶିଶୁ , ଆଇନକୁ ନେଇ ଦ୍ବନ୍ଦରେ ଥିବା ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଶିଶୁ ଉପସ୍ଥିତ ରହିଥିଲେ।
ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଯେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ପିଲାମାନଙ୍କୁ କିପରି ବୈଷୟିକ ଶିକ୍ଷା ଉପରେ ଆଗ୍ରହ ସୃଷ୍ଟି କରାଯିବ। ସେଥିପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଏହି ବର୍ଷ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ମାତୃପିତୃହୀନ ଶିଶୁଙ୍କୁ ବୈଷୟିକ ଶିକ୍ଷା ଉପରେ ଆଗ୍ରହ ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି।
ସେଥିମଧ୍ୟରୁ ଆଜିର କାର୍ଯ୍ୟକ୍ରମ ଥିଲା ଅନ୍ୟତମ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ବିଭିନ୍ନ ବୈଷୟିକ ଶିକ୍ଷା ଅନୁଷ୍ଠାନର ଶିକ୍ଷକମାନେ ଯୋଗଦେଇ ପିଲାମାନଙ୍କୁ କିପରି ବୈଷୟିକ ଶିକ୍ଷା ଉପରେ ଆଗ୍ରହ ସୃଷ୍ଟି କରାଯାଇପାରିବ ସେଥିପାଇଁ ବିସ୍ତୃତ ଭାବେ ପ୍ରତି ପିଲାଙ୍କ ସହିତ ଆଲୋଚନା ରଖିଥିଲେ।
ଅଂଶଗ୍ରହଣ କାରୀଙ୍କ ମଧ୍ୟରେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ , ଗୁମ୍ମା ଆଇ.ଟି.ଆଇର ଅଧ୍ୟକ୍ଷ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ମିଶ୍ର ଏବଂ ଆଇ.ଟି.ଆଇର ଅନ୍ୟ ଶିକ୍ଷକ ମାନେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପରିଚାଳନା କରିଥିଲା ବେଳେ ଏହାର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.