ପଦ୍ମପୁର /ଶିବାଶିଷ ପଟ୍ଟନାୟକ- ଦେବାଧିଦେବ ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀ ଙ୍କ ର ପବିତ୍ର ବିବାହ ଉତ୍ସବ ହେଉଛି ଶୀତଳ ଷଷ୍ଠୀ ଉତ୍ସବ । ଏବଂ ଏହି ଉତ୍ସବକୁ ବହୁ ଆଡମ୍ବର ଏବଂ ଭକ୍ତି ଭାବରେ ପାଳନ କରିଥାନ୍ତି ଲୋକେ । ସେହି ପରିପ୍ରେକ୍ଷୀରେ ପଦ୍ମପୁର ସାର୍ବଜନୀନ ଶିତଳ ଷଷ୍ଠୀ କମିଟି ତରଫରୁ ମଧ୍ୟ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ବାବାଙ୍କର ପବିତ୍ର ଶୀତଳ ଷଷ୍ଠୀ ଉତ୍ସବ ଆୟୋଜିତ ହୋଇଥିବା ବେଳେ ଆଜି ବାବା ମାହାଦେବଙ୍କ ପତର ପେଣ୍ଡି ଉତ୍ସବ ସମ୍ପର୍ଣ୍ଣ ହୋଇଥିଲା । ପଦ୍ମପୁର କଣ୍ଟା ବନ୍ଧ ସ୍ଥିତ ସ୍ବପ୍ନେଶ୍ବର ବାବାଙ୍କ ମନ୍ଦିରରୁ ଘଣ୍ଟ ଶଙ୍ଖ ଡମ୍ବରୁ ନାଦ ସହ କନ୍ୟା ଅନ୍ୱେଷଣରେ ବାହାରି ଥିଲେ ବରପକ୍ଷ । ଏବଂ ନଗର ବୁଲିବା ସହ ମାତା ଶକ୍ତି ସ୍ୱରୂପିଣୀ ପାର୍ବତୀ ଙ୍କ ପିତା ମାତା ଙ୍କ ଘରେ ପହଂଚିବା ସହ ବୈଦିକ ରିତି ନିତି ଅନୁସାରେ ସମ୍ପର୍ଣ୍ଣ ହୋଇଥିଲା ପତ୍ର ପେଣ୍ଡି ଉତ୍ସବ । ଆସନ୍ତା କାଲି ବାବା ଙ୍କ ବରପକ୍ଷରୁ ମା ଜାଗତ ଜନନୀ ପାର୍ବତୀଙ୍କ ଅଳଙ୍କାର ଧାରଣ ନୀତି ସମ୍ପୂର୍ଣ୍ଣ ପାଇଁ ସ୍ଥିର କରାଯାଇଥିବା ବେଳେ ଆସନ୍ତା ବୁଧୁବାର ଦିନ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର ରୁ ବୈଦିକ ରୀତିରେ ବାବା ଙ୍କର ଭବ୍ୟ ବରଯାତ୍ରୀ ସହ କନ୍ୟା ମାତା ପିତା ଙ୍କ ଘରେ ଭବ୍ୟ ବିବାହ ଉତ୍ସବ ଆୟୋଜନ କରାଯିବାର କମିଟୀ ତରଫରୁ ସୂଚନା ଦିଆଯାଇଥିବା ବେଳେ ଗୁରୁବାର ଦିନ ସନ୍ଧ୍ୟା ସମୟରେ ମା ଜଗତ ଜନନୀ ପାର୍ବତୀ ଏବଂ ଦେବାଦୀ ଦେବ ସ୍ଵପ୍ନେଶ୍ଵର ମହାଦେବ ବାବା ଙ୍କର ଯୁଗଳ ପ୍ରତିମା ଭବ୍ୟ ଶୋଭାଯାତ୍ରା ରେ ନଗର ପରିକ୍ରମା କରି ପୁନଃ ମନ୍ଦିର କୁ ଯାତ୍ରା କରିବେ ।
Sign in
Sign in
Recover your password.
A password will be e-mailed to you.