ନୂଆଦିଲ୍ଲୀ : ଫିକି ଅଧ୍ୟକ୍ଷ ତଥା ଇମ୍ଫା ଏମଡ଼ି ଶ୍ରୀଯୁକ୍ତ ଶୁଭ୍ରକାନ୍ତ ପଣ୍ଡାଙ୍କ ପ୍ରତିନିଧିତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି। ଶ୍ରୀ ପଣ୍ଡାଙ୍କ ସମେତ ଏହି ପ୍ରତିନିଧି ଦଳରେ ଫିକିର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଯୋଗେନ୍ଦ୍ର ମୋଦି, ଶ୍ରୀମତୀ ନୈନାଲାଲ କିଦୱାଇ ଏବଂ ସେକ୍ରେଟାରୀ ଜେନେରାଲ ଶ୍ରୀ ଶୈଳେଶ ପାଠକ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଫିକିର ଗୌରବମୟ ଇତିହାସ ଏବଂ ବର୍ତ୍ତମାନ ସମୟରେ ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଉତ୍ଥାନରେ ଏହା କିପରି କାର୍ଯ୍ୟ କରୁଛି, ସେ ଉପରେ ପ୍ରତିନିଧିମଣ୍ଡଳୀ ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପ୍ରତିନିଧି ଦଳର ପ୍ରତିଟି ସଦସ୍ୟ ନିଜ ମତ ରଖିଥିଲେ। ଏହା ପରେ ରାଷ୍ଟ୍ରପତି ମହୋଦୟା ନିଜର ଅନୁଭୂତିରୁ ମତାମତ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.