ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ସାଧନା ପାଇଁ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି – ବିଧାୟକ ପ୍ରତାପ ଜେନା l

0 2

ଚଳିତ ମାଟ୍ରିକ ପରୀକ୍ଷା ରେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ର ଟପ୍ପର ମାନଙ୍କୁ ସମ୍ବର୍ଦ୍ଧିତ କଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା

(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ) ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷା ରେଜେଲ୍ଟ ପ୍ରକାଶିତ ହୋଇଥିଲା l ଏହି ମାଟ୍ରିକ ପରୀକ୍ଷା ରେ ମାହାଙ୍ଗା ବ୍ଲକରୁ A1 ଗ୍ରେଡ଼ରେ 16 ଜଣ ଏବଂ ନିଶ୍ଚିନ୍ତକୋଇଲି ବ୍ଲକ ରୁ 136 ଜଣ A1 ଗ୍ରେଡ଼ ରେ ସଫଳତା ହାସଲ କରିଥିଲେ l  ଚଳିତ ମାଟ୍ରିକ୍ ପରୀକ୍ଷାରେ ଟପ୍ ଟେନ ହାସଲ କରିଥିବା ନିଶ୍ଚିନ୍ତକୋଇଲି ବ୍ଲକର 21 ଜଣ ଓ ମାହାଙ୍ଗା ବ୍ଲକର 15 ଜଣ ଛାତ୍ର ଛାତ୍ରୀଙ୍କୁ ସୋମବାର ଦିନ ଅପରାହ୍ନ ରେ ମାହାଙ୍ଗା କୁଆଁପାଳ ସ୍ଥିତ ପ୍ରତିଭା ଭବନ ପରିସରରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ବିଧାୟକ ପ୍ରତାପ ଜେନା ଯୋଗଦାନ କରି କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ଏବଂ ଜୀବନର ଲକ୍ଷ୍ୟ ସାଧନ ପାଇଁ କଠିନ ପରିଶ୍ରମ ହିଁ ଚାବିକାଠି ବୋଲି ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମାର୍ଗଦର୍ଶନ ଦେଇଥିଲେ l

ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଜେନା ଙ୍କ ସହ କଟକ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ବିଇଓ ଚକ୍ରଧର ବେହେରା, ଲକ୍ଷେହିରା ଲାବଣ୍ୟବତୀ ବେହେରା, ବ୍ଲକ ଅଧକ୍ଷା ରୋଜି ସେଠୀ, ଦୀପା ମଲିକ, ଉପାଧକ୍ଷ ଅଶୋକ କୁମାର ଓଝା, ସତ୍ୟନାରାୟଣ ମହାନ୍ତି, ଶିକ୍ଷାବିତ ଅକ୍ଷୟ କୁମାର ଷଢଙ୍ଗୀ, ବିଜ୍ଞାନ ପର୍ଯ୍ୟବେକ୍ଷକ ଅକ୍ଷୟ କୁମାର ନନ୍ଦ, ପୂର୍ବତନ ବ୍ଲକ ଅଧକ୍ଷ ସରତ ନାୟକ, ଗିରିଶରଂଜନ ମହାପାତ୍ର, ବିଜେଡି ସଭାପତି ରାଜକିଶୋର ଜେନା, ରମାକାନ୍ତ ମହାନ୍ତି ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦାନ କରିଥିଲେ l

ଏହି କାର୍ଯ୍ୟକ୍ରମ ରେ ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଅଭିଭାବକ,ଗୁରୁଜୀ, ଗୁରୁମା ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ତେବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ସୁନାମକୁ ଦୁଇଗୁଣିତ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ବିଧାୟକ ଶ୍ରୀ ଜେନା କୃତଜ୍ଞତା ଜଣାଇବା ସହିତ ଭବିଷ୍ୟତ ଉଜ୍ୱଳ ପାଇଁ କାମନା କରିଥିଲେ l

Leave A Reply

Your email address will not be published.