ପଶ୍ଚିମ ଓଡ଼ିଶା ବିଜେଡି ରେ ତୃଣମୂଳ ସ୍ତରରେ କର୍ମୀ ଓ କାର୍ଯକର୍ତା ଅସନ୍ତୁଷ୍ଟ: ଆଗାମୀ ଦିନରେ ସାମୂହିକ ଇସ୍ତଫା ଆଶଙ୍କା

0 2

ବରଗଡ :- ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କୁ ଦଳ ତରଫରୁ ଅଣଦେଖା ବା ତାଙ୍କ ପ୍ରତି ଅବହେଳା କରାଯାଉଥିବା ବଲାଙ୍ଗିର, ବରଗଡ଼ ,ସମ୍ବଲପୁର, ଦେବଗଡ଼ ଆଦି ଜିଲ୍ଲାର ବହୁ ଜର୍ମୀ ଓ ନେତା ଖୋଲାଖୋଲି ଭାବରେ ଅଭିଯୋଗ କରୁଛନ୍ତି । ବସ୍ତାବିକତା କୁ ଦେଖିବାକୁ ଗଲେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ଶ୍ରୀ ସିଂ କେବଳ ଜଣେ ପୂର୍ବତନ ମନ୍ତ୍ରୀ କିମ୍ବା ବିଧାୟକ ନୁହନ୍ତି , ଆଜିକାର ସମୟରେ ସେ ପଶ୍ଚିମ ଓଡ଼ିଶାରେ ଯୁବସମାଜ ପାଇଁ ପ୍ରେରଣାର ଉତ୍ସ । ଯୁବ ସମାଜ ତାଙ୍କ ସମାଜ ସେବା ଓ ବଳିଷ୍ଠ ନେତୃତ୍ୱରେ ଅନୁପ୍ରାଣିତ । ହେଉଥିବା ଅଭିଯୋଗ କୁ ଯିଏ କେହି ବି ତର୍ଜମା କଲେ ଜଣା ପଡିବ ଯେ ଅଭିଯୋଗ ଭିତ୍ତିହୀନ ନୁହଁ ।
ଭୁଲିବା ଉଚିତ ନୁହେଁ ଯେ ମହାମାରୀ କୋରୋନା ସମୟ ରେ ଯେତେବେଳେ ରାଜ୍ୟର ଅଧିକାଂଶ ନେତା ନିଜକୁ ନିଜ ଘର ଭିତରେ ଆବଦ୍ଧ କରି ରଖିଥିଲେ ସେ ସମୟରେ , ଶ୍ରୀ ସିଂ ଲୋକଙ୍କ ଆବଶ୍ୟକତା ମୁତାବକ ,କେତେବେଳେ ରାସନ ସାମଗ୍ରୀ ,ତ କେତେବେଳେ ଅକ୍ସୀଜେନ ସିଲିଣ୍ଡର, କେତେବେଳେ ରୋଗୀକୁ ଡାକ୍ତରଖାନା ନେବା ତ କେତେବେଳେ ମହାମାରୀ ରେ ଆକ୍ରାନ୍ତ ରୋଗୀର ଅନ୍ତିମ ସଂସ୍କାର କରେଇବା , କେତେବେଳ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବରେ ଲୁହୁରାଚଟି ଗେଟ ରୁ ତାଙ୍କର ଘରକୁ ପଠେଇବା ହେଉ କି କେତେବେଳେ ଗାଡି ଚଳେଇ ଶ୍ରମିକ ମାନଙ୍କୁ ଅନ୍ୟତ୍ର ନେବା ପାଇଁ ଡ୍ରାଇଭର ଅମଙ୍ଗ ହେବାରୁ ନିଜେ ଗାଡି ଚଳାଇ ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବରେ ତାଙ୍କର ଘରେ ପହଞ୍ଚିବା , ଏହି ଭଳି ଅନେକ କାର୍ଯ୍ୟ ର ଉଦାହରଣ ରହିଛି ,ଯେଉଁ। କାରଣରୁ ସେ ଯୁବସମାଜ ପାଇଁ ପ୍ରେରଣା ।
ସେହିଭଳି ଦଳ ପାଇଁ ସବୁବେଳେ ସମର୍ପିତ ଶ୍ରୀ ସିଂ ଙ୍କୁ ଦଳ ଯେତେବେଳ ଯେଉଁ କାର୍ୟ୍ଯ ଦେଇଛି ତାକୁ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ସେ ପାଳନ କରିଛନ୍ତି । ଯେମିତି ତତ୍କାଳୀନ ବିଜେପୁର ବିଧାୟକ ସ୍ବର୍ଗତ ସୁବଳ ସାହୁ ଙ୍କର ମୃତ୍ୟୁ ପରେ ବିଜେପୁର ଉପନିର୍ବାଚନ ରେ ଦଳୀୟ ପ୍ରାର୍ଥୀ ଙ୍କୁ ବିଜୟ କରେଇବା ପାଇଁ କରିଥିବା କଠୋର ପ୍ରରିଶ୍ରମ ହେଉ କି ସେହି ବିଜେପୁର ରେ ଦ୍ଵିତୀୟ ଉପନିର୍ବାଚନ ହେଉ , ଏହା ସହିତ ଏଇ କିଛି ମାସ ପୂର୍ବରୁ ପଦ୍ମପୁର ଉପନିର୍ବାଚନ ହେଉ , ଶ୍ରୀ ସିଂ ଙ୍କର ଭୂମିକା ଦଳ ପାଇଁ ବରଦାନ ପାଲଟି ଥିଲା । କାରଣ ଏହି ତିନିଗୋଟି ଉପନିର୍ବାଚନ ରେ ବିରୋଧୀ ମାନଙ୍କ ସିଧାସଳଖ ଟାର୍ଗେଟ ରେ କେବଳ ଆଉ କେବଳ ଶ୍ରୀ ସିଂ ଥିଲେ । ବିରୋଧୀ ଙ୍କର ତୀକ୍ଷ୍ଣ ନଜର ରହିଥିଲା ଶ୍ରୀ ସିଂ ଙ୍କର ଉପରେ । କାରଣ ବିରୋଧୀ ଜାଣିଥିଲେ ଯେ ଯଦି ସୁଶାନ୍ତ ସିଂ କୁ ଡୋମିନେଟ କରିଦେଲେ ଉପନିର୍ବାଚନ ରେ ବିଜୟ ସୁନିଶ୍ଚିତ । କିନ୍ତୁ ବିରୋଧୀ ଙ୍କର ସବୁ ଗଣିତ ସୁଶାନ୍ତ ସିଂ ଙ୍କର ଆଗରେ ଫେଲ ମାରି ଯାଉଥିଲା ।
ଦଳର ଜଣେ ଶୃଙ୍ଖଲିତ କର୍ମୀ ଭାବରେ ଯଦିଓ ତାଙ୍କର କୋଣସି ପଦପଦବୀ ଉପରେ ନଜର ନ ଥିଲା କିନ୍ତୁ ପଶ୍ଚିମ ଓଡ଼ିଶାରେ ରହିଥିବା ତାଙ୍କର ଲକ୍ଷ ଲକ୍ଷ ସମ୍ମର୍ଥକ ଙ୍କର ଆଶା ଥିଲା ଶ୍ରୀ ସିଂ ଙ୍କୁ ଦଳ ପ୍ରକୃତ ସମ୍ମାନ ପ୍ରଦର୍ଶନ କରୁ । ହେଲେ ଆଜି ହୋଇଥିବା ମନ୍ତ୍ରୀ ମଣ୍ଡଳ ଅଦଳବଦଳ ରେ ତାଙ୍କୁ ସ୍ଥାନ ନ ମିଳିବାରୁ ତାଙ୍କର ସମ୍ମର୍ଥକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଅନେକ କର୍ମୀ ଓ ଦଳୀୟ କର୍ମକର୍ତ୍ତା ବିଭିନ୍ନ ମାଧ୍ୟମରେ ନିଜର ଅସନ୍ତୋଷ ଖୋଲାଖୋଲି ଭାବରେ ପ୍ରକାଶ କରି ସାରିଛନ୍ତି । ଅସ୍ପଷ୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କର୍ମୀ ଓ କାର୍ଯକର୍ତା ମାନଙ୍କ ଭିତରେ ଆଗାମୀ ଦିନରେ ଦଳର ପଦପଦବୀ ଓ ଦଳରୁ ସାମୁହିକ ଇସ୍ତଫା ଦେବାର ମଧ୍ୟ ଚର୍ଚ୍ଚା ଚାଲିଛି । ହଟାତ ଦଲଭିତରେ ଉପୁଜିଥିବା ଏହି ସଙ୍କଟ ଯଦି ବଳବତ୍ତର ରହେ ତେବେ ଆଗାମୀ ଦିନରେ ଏହା ଦଳ ପାଇଁ ଘାତକ ହେବ । ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାବରୁ କର୍ମୀ ଓ କାର୍ଯକର୍ତା ମନେ ମାନ୍ୟବର ବିଧାୟକ ଶ୍ରୀ ସିଂ ଙ୍କୁ ଖୋଲାଖୋଲି ଭାବରେ ନିଜର ଅସନ୍ତୋଷ ଜାହିର କରିଥିବା ସୂଚନା ରହିଥିବା ବେଳେ , ଆଜି ଶ୍ରୀ ସିଂ ତାଙ୍କ ନିକଟରେ ଅସନ୍ତୋଷ କରିଥିବା ସମସ୍ତ କର୍ମୀ ଓ କାର୍ଯକର୍ତା ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଦଳର ଅନୁଶାସନ କୁ କଠୋର ଭାବରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ସେ ନିଜେ ଦଳର ଜଣେ ଅନୁଶାସିତ କାର୍ଯକର୍ତା , ଦଲର ମୁଖିଆ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉପରେ ତାଙ୍କର ଗଭୀର ଆସ୍ଥା ରହିଛି ତେଣୁ ତାଙ୍କୁ ଦଳ ଯେଉଁ ସମୟରେ ଯେଉଁ ଦାଇତ୍ୱ ପ୍ରଦାନ କରିବେ ସେ ତାହା ସ୍ୱୀକାର କେରିବେ ବୋଲି କହିଛନ୍ତି ।
ଦଳୀୟ କର୍ମୀ ଓ କାର୍ଯକର୍ତା ଙ୍କୁ ନେଇ ଦଳ ଓ ଏହାର ସଂଗଠନ । ନେତା ମାନେ ଯାହାବି ନିର୍ଣ୍ଣୟ ନିଅନ୍ତି କର୍ମୀ ଓ କର୍ମକର୍ତ୍ତା ମାନେ ତାକୁ ତୃଣମୂଳ ସ୍ତରରେ ଲାଗୁ କରେଇ ଥାନ୍ତି । ତେଣୁ ତୃଣମୂଳ ସ୍ତରରେ କାମ କରୁଥିବା କର୍ମୀ ଓ କାର୍ଯକର୍ତା ମାନଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦାନ କରିବା ଶୀର୍ଷ ନେତୃ ମଣ୍ଡଳୀ ମାନଙ୍କର ଦାଇତ୍ୱ ଓ କର୍ତ୍ତବ୍ୟ । ପଶ୍ଚିମ ଓଡ଼ିଶାରେ ଦେଖା ଦେଇଥିବା ଏହି ସମସ୍ୟା କୁ ଯଦି କର୍ମୀ ଓ କର୍ମକର୍ତ୍ତା ଙ୍କର ସହିତ ଆଲୋଚନା କରି ଶୀଘ୍ର ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ଦଳ ଭିତରେ ଅସନ୍ତୋଷ ଆହୁରି ବୃଦ୍ଧି ପାଇବ ଏଥୁରେ ସନ୍ଦେହ ନାହିଁ ।

Leave A Reply

Your email address will not be published.