ଭୁବନେଶ୍ୱର : କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ) ପରିସରରେ ଶିଶୁମାନଙ୍କ ପାଇଁ ଏକ ସୁନ୍ଦର ଶିଶୁ ଉଦ୍ୟାନକୁ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍ଘାଟନ କରିଛନ୍ତି। ମାତୃ ଓ ଶିଶୁଙ୍କ ସୁବିଧା ପାଇଁ କିମ୍ସରେ ବ୍ୟାପକ ବ୍ୟବସ୍ଥା ରହିଥିବା ବେଳେ ରବିବାର ଶ୍ରୀ ସାମନ୍ତ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଶିଶୁ ଉଦ୍ୟାନକୁ ଲୋକାର୍ପଣ କରିଛନ୍ତି। ଏଠାରେ ପିଲାଙ୍କ ମନୋରଞ୍ଜନ ପାଇଁ ସ୍ଲାଇଡରଠାରୁ ଆରମ୍ଭ କରି ଦୋଳି ଓ ଅନ୍ୟାନ୍ୟ ଖେଳ ବ୍ୟବସ୍ଥା ରହିଛି। କିମ୍ସକୁ ଚିକିତ୍ସା ପାଇଁ ଆସୁଥିବା ଶିଶୁ କିମ୍ବା ମାଆମାନେ ସେମାନଙ୍କ ଶିଶୁଙ୍କୁ ଏଠାରେ ବିନା ଦ୍ୱିଧାରେ ଖେଳିବା ପାଇଁ ଛାଡ଼ି ପାରିବେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ସିବିକେ ମହାନ୍ତି, କିମ୍ସ ମେଡିକାଲ୍ କଲେଜ ଅଧ୍ୟକ୍ଷ ପ୍ରଫେସର ଅମ୍ବିକା ପ୍ରସାଦ ମହାନ୍ତି, କିମ୍ସ ମେଡିକାଲ୍ ଅଧୀକ୍ଷକ ଡା. ରାମଚନ୍ଦ୍ର ଦାସଙ୍କ ସମେତ କିମ୍ସର ବହୁ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post