ପଦ୍ମପୁର :- ଜିଲ୍ଲା ସ୍ତରୀୟ ଅମଲା ମଞ୍ଚ ତରଫରୁ ଆଜି ଜିଲ୍ଲା ଅଧିକାରୀ ମାନଙ୍କୁ ମିଳିତ ଭାବରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲା ସଦସ୍ୟ ମାନଙ୍କର ବିଭିନ୍ନ ଦାବୀ ସମ୍ଵନ୍ଧରେ ଦାବିପତ୍ର ଦିଆଯାଇଥିଲା l ସେହି ପରିପେକ୍ଷୀରେ ପଦ୍ମପୁର ଉପଖଣ୍ଡର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟ ଅଧିକାରୀ ମାନଙ୍କୁ ଦାବିପତ୍ର ଦିଆଯାଇଥିଲା। ଦାବୀପତ୍ର ଅନୁଯାୟୀ ସରକାର ଓ.ଆର.ଏସ୍. ପି. ନିୟମ ୨୦୧୭ ଅନୁଯାୟୀ ଅମଲା ସଦସ୍ୟ ମାନଙ୍କର ଦରମା ବୃଦ୍ଧି ଏବଂ ଅନ୍ୟାନ୍ୟ ମୁଖ୍ୟ ପ୍ରସଙ୍ଗ ର ପୂରଣ ନିମନ୍ତେ ମିଳିତ ଅମଲା ମଞ୍ଚ ପକ୍ଷରୁ ସମସ୍ତ ବିଭାଗ ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କୁ ଅବଗତି ନିମନ୍ତେ ଦାବୀ ପତ୍ର ଦିଆଯାଇଛି। ତେବେ ପୂର୍ବରୁ ଏହି ଦାବୀ ଗୁଡିକ ବାରମ୍ବାର ହୋଇ ଆସୁଥିଲେ ମଧ୍ଯ ସରକାର ଶୁଣୁନଥିବା କହି ଆସନ୍ତା ୧ ଜୁନ ପର୍ଯ୍ୟନ୍ତ ସରକାର ଦାବୀ ପୂରଣ ଦିଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ନଚେତ ମିଳିତ ଅମଲା ମଞ୍ଚ ସାମୁହିକ ଭାବରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯିବା ସହ କାର୍ଯ୍ୟ ବନ୍ଦ କରିବ ବୋଲି ଦାବି ରେ ଉଲ୍ଲେଖ କରିଛନ୍ତି। ଏହାର ଟୋକନ ସଦୃଶ ଆସନ୍ତା ୨୨ ମଇ ରୁ ୩୦ ମଇ ଯାଏ କଳା ବ୍ୟାଚ ପିନ୍ଧି ପ୍ରତିବାଦ ଜଣାଇବେ ବୋଲି କହିଛନ୍ତି ଅମଲା ମଞ୍ଚ ସଦସ୍ୟ l
Sign in
Sign in
Recover your password.
A password will be e-mailed to you.
Prev Post