ରୋଡ ସୋ କରି ଶକ୍ତି ପ୍ରଦର୍ଶନ କଲେ ବାଣୀ କଲ୍ୟାଣ

0

ବାସୁଦେବପୁର – ଆଗକୁ ଆସୁଛି ସାଧାରଣ ନିର୍ବାଚନ, ଏହି କ୍ରମ ରେ ବାସୁଦେବପୁର ରେ ଆରମ୍ଭ ହେଲାଣି ରାଜନୈତିକ ଚର୍ଚ୍ଚା। ଏହି କ୍ରମ ରେ ଦେଖିବାକୁ ମିଳୁଛି ବିଜେଡ଼ି ରୁ ନିଲମ୍ବିତ ହୋଇଥିବା ବାଣୀ କଲ୍ୟାଣ ମହାନ୍ତି ଙ୍କ ବାସୁଦେବପୁର ରେ ଦବଦବା ବୃଦ୍ଧି ପାଉଥିବା ବେଳେ ବିଭିନ୍ନ କାର୍ଯ୍ୟ କର୍ମ କରି ଶକ୍ତି ପ୍ରଦର୍ଶନ ଜାରି ରଖିଛନ୍ତି ବାଣୀ କଲ୍ୟାଣ।

କିଛି ଦିନ ତଳେ ବନ୍ଧୁ ମିଳନ ଉତ୍ସବ ରେ ଚାରି ଶହ ରୁ ଊର୍ଦ୍ଧସମର୍ଥକ ମାନଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରି ସାରି ଥିବା ବେଳେ ଗୁରୁବାର ଦିନ ଏକ ବିଶାଳ ମଟର ସାଇକେଲ ଶୋଭା ଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ବାଣୀ କଲ୍ୟାଣ। ବାସୁଦେବପୁର ବି ଦେଇପୁର ରୁ ମଟର ସାଇକେଲ ଶୋଭା ଯାତ୍ରା ଆରମ୍ଭ କରି ନାଇକାନ ଦିହ, ଗୋବିନ୍ଦ ପୁର, କରଞ୍ଜ ଆଡିଆ ପଞ୍ଚାୟତ ରେ ବୁଲି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ଅବସର ରେ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନ ଙ୍କ ବାର୍ଷିକ ଉତ୍ସବ, ନାଇକାନ୍ ଦିହ ଠାରେ ଯୋଗ ଦେଇ ଭଗବାନ ଙ୍କ ନିକଟ ରେ ଆଶ୍ରୀ ବାଦ ଭିକ୍ଷା କରିଛନ୍ତି।

ସାଧାରଣ ନିର୍ବାଚନ ବର୍ଷେ ବାକି ଥିବା ବେଳେ ଧୀରେ ଧୀରେ ବାଣୀ କଲ୍ୟାଣ ଙ୍କ କ୍ରେଜ ବାସୁଦେବପୁର ରେ ବଢ଼ି ବଢ଼ି ଚାଲିଥିବା ବେଳେ ରାଜନୀତିକ ଚର୍ଚ୍ଚା ଜୋର ଧରିଛି। ବାଣୀଙ୍କ ପ୍ରତି ଜନସାଧାରଣରେ ସୃଷ୍ଟି ହେଉଥିବା ଅଭୂତପୂର୍ବ ଜନସମର୍ଥନ ପ୍ରତିପକ୍ଷଙ୍କ ଛାତିରେ ଛନକା ପୁରାଇଦେଇଛି | 

Leave A Reply

Your email address will not be published.