ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଷ୍ଟୁଡେଣ୍ଟ ପୋଲିସ୍ କ୍ୟାଡେଟ୍ (ଏସପିସି) ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗୁରୁବାର ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଷ୍ଟୁଡେଣ୍ଟ ପୋଲିସ ଓ କ୍ୟାଡେଟ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାମୋଦର ଖିଲାର, ପ୍ରସନ୍ନ କୁମାର ଦାସ, ସମାଜସେବୀ ଦିବାକର ନାୟକ ଅତିଥି ଭାବେ ଯୋଗ ଦେଇ ଷ୍ଟୁଡେଣ୍ଟ ପୋଲିସ ଓ କ୍ୟାଡେଟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଏସଆଇ ଚକ୍ରଧର ସିଂ ଓ ସ୍ବାଗତ ଦାସ ପୋଲିସ ବାହିନୀର କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରାଥମିକ ଭାବେ ୨୧ ଜୁଲାଇ ୨୦୧୮ ମସିହାରେ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଦ୍ବାରା ଜାତୀୟ ସ୍ତରରେ ଆରମ୍ଭ କରାଯାଇଥିଲା । ଷ୍ଟୁଡେଣ୍ଟ ପୋଲିସ୍ କ୍ୟାଡେଟ୍ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପୋଲିସ ଓ ସମାଜ ମଧ୍ୟରେ ଏକ ସେତୁ ସଦୃଶ କାର୍ଯ୍ୟ କରିଥାଏ । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୂଲ୍ୟବୋଧ ଏବଂ ନୈତିକତା ଭାବ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ଅଷ୍ଟମ ଏବଂ ନବମ ଶ୍ରେଣୀର ଛାତ୍ରଙ୍କ ପାଇଁ ଏହା ଦୁଇ ବର୍ଷର ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ । ଆମ ଗଣତାନ୍ତ୍ରିକ ସମାଜରେ ଦାୟିତବାନ ଏବଂ ଦକ୍ଷ ନାଗରିକ ସୃଷ୍ଟି କରିବା ଏହାର ପ୍ରଧାନ ଉଦେଶ୍ୟ । ବର୍ତମାନ ପର୍ଯ୍ୟନ୍ତ ୧୧ ହଜାରରୁ ଉର୍ଦ୍ଧ୍ବ ବିଦ୍ୟାଳୟରେ ଏହି ପ୍ରୋଗ୍ରାମ ସଫଳତାର ସହ ଚାଲିଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.
Prev Post
ତୃଟିପୂର୍ଣ୍ଣ ନିର୍ଦ୍ଦେଶନାମା ପ୍ରତ୍ୟାହାର ଏବଂ ତୁରନ୍ତ ପ୍ରମୋସନ ପାଇଁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦାବି
Next Post