ସୁନ୍ଦରଗଡ଼ /ବଣେଇ (ବସନ୍ତ କୁମାର ଜେନା):- ବଣାଇଁ ସ୍ଥିତ ସମନ୍ବିତ ଆଦିବାସୀ ଉନ୍ନୟନ ପରିଷଦ ସଭା ଗୃହ ଠାରେ ଆଜି ବଣାଇ ନିଖିଳ ଉତ୍କଳ ବାରିକ ସମିତି ପକ୍ଷରୁ ମହାସମାରୋହରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଚତୁର୍ଦ୍ଦଶୀ ଏବଂ ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କ ଦ୍ବାରା ପ୍ରଥମେ କଳସ ଯାତ୍ରା କରିବା ପରେ ବିଧିବିଧାନ ଅନୁଯାୟୀ ଆନୁଷ୍ଠାନିକ ଭାବେ ପୂଜା ଅର୍ଚ୍ଚନା ହୋମ ଯଜ୍ଞ କରାଯାଇଥିଲା। ଏଥିରେ ଗୋବିନ୍ଦ ଚନ୍ଦ୍ର ବାରିକ, ଓ ସହଧର୍ମଣୀ ସରିତା ବାରିକ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇ ଥିବା ବେଳେ ପଣ୍ଡିତ କମଲେଶ ମିଶ୍ର ଯଜ୍ଞ ସଞ୍ଚାଳନକରି ଥିଲେ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବଣାଇ ଉପଜିଲ୍ଲାପାଳ ସୁରଞନ କୁମାର ସାହୁ, ମୂଖ୍ୟ ବକ୍ତା ଭାବେ ଜିଲ୍ଲା ସମବାୟ ସମିତି ବ୍ଯାଙ୍କ ସଭାପତି ତଥା ବଣାଇ ଓକିଲ ସଂଘ ର ଯୁବ ଆଇନଜୀବୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ କଳାକାର ଖଗେଶ୍ୱର ବାରିକ, ଅନନ୍ତ ଚରଣ ବାରିକ ଯୋଗ ଦେଇଥିଲେ । ଏହି ବୈଠକକୁ ସଭାପତି କୁମାର ଗୌତମ ବାରିକ ଅଧ୍ୟକ୍ଷତା କରିଥିଲେ । ଅତିଥି ମାନଙ୍କୁ ପ୍ରଥମେ ମୁଖ୍ୟ ଦ୍ଵାର ନିକଟରୁ ମଞ୍ଚକୁ ପାଛୋଟି ନେବା ପରେ ସଙ୍ଗଠନ ସମ୍ପାଦକ ସୁବାଷ ଚନ୍ଦ୍ର ବେହେରା ପରିଚୟ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ। ମହିଳା ମୋର୍ଚ୍ଚା ସଭାପତି, ସଂପାଦକ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଓ ଉପଢୌକନ ଦେଇ ସ୍ବାଗତ କରିଥିଲେ। ପ୍ରତ୍ୟେକ ସମାଜର ମାଙ୍ଗଳିକ ହେଉ କିମ୍ବା ସଂସ୍କାର ଧର୍ମି କାର୍ଯ୍ୟକ୍ରମରେ ବାରିକ ଜାତିର ଉପସ୍ଥିତ ଅନିବାର୍ଯ୍ଯ।ଏଣୁ ଏହି ସମାଜର ସ୍ଥାନ ସବୁବେଳେ ସବୁ ସ୍ଥାନରେ ସର୍ବାଗ୍ରେ ଥାଏ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ଏଣୁ ଏହି ସମାଜର ବିକାଶ ପାଇଁ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଚେଷ୍ଟା କରାଯିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।ସଭା ଶେଷରେ ସମ୍ପାଦକ ଭ୍ରମର କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବଣାଇ, ଲହୁଣୀପଡା, କୋଇଡା, ଗୁରୁଣ୍ଡିଆ ଚାରି ବ୍ଲକ ର ବହୁ ସଂଖ୍ୟକ ବାରିକ ସମାଜର ପରିବାର ବର୍ଗ ଯୋଗ ଦେଇଥିଲେ ।ଭୋଳାନାଥ ବାରିକ, ରାଜେନ୍ଦ୍ର ବାରିକ, ସଞ୍ଜୟ ବାରିକ, ରଞ୍ଜନ ବାରିକ, ସୁଶାନ୍ତ କୁମାର ବାରିକ, ପ୍ରଦୀପ କୁମାର ବାରିକ, ଦିଲ୍ଲୀପ ବାରିକ, କାହ୍ନୁ ଚରଣ ବାରିକ, ମଣ୍ଟୁ ବାରିକ, ବିକାଶ ବାରିକ, ପ୍ରମୋଦ ବାରିକ, ବାବୁଲା ବାରିକ, ଚିତ୍ତରଞ୍ଜନ ବାରିକ , ହିମାଂଶୁ ବାରିକ, ଭାରତୀ ବେହେରା, ସବିତା ବାରିକ, ଗୌରୀ ବାରିକ ଗୀତା ବାରିକ, ସମେତ ବାରିକ ସମାଜର କର୍ମକର୍ତ୍ତା ପ୍ରମୁଖ ଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Prev Post