ଭୁବନେଶ୍ୱର: ଓଡ଼ିଆ ଜାତିର ଗର୍ବ ଏବଂ ଗୌରବ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମଧୁବାବୁଙ୍କ ରାଜଭବନ ଛକସ୍ଥିତ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିା ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମାନ୍ୟବର ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ସୁରେଶ ରାଉତରାୟ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ସାହିତି୍ୟକ ଅନୁଷ୍ଠାନର କର୍ମକର୍ତ୍ତା, ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା, ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ବିଭାଗୀୟ ଅଧିକାରୀମାନେ ଉତ୍କଳଗୌରବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲୋ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ତଥା ଓଡ଼ିଆ ଜାତିର ସାମଗ୍ରିକ ବିକାଶ ମଧୁବାବୁଙ୍କ ସ୍ୱପ୍ନ ଏବଂ ସଂକଳ୍ପ ଥିଲାା ଓଡ଼ିଆ ଜାତିର ଉନ୍ନତି ଓ ସ୍ୱାଭିମାନ ବଜାୟ ରଖିବା ପାଇଁ ସେ ସବୁକିଛି ତ୍ୟାଗ କରିଦେଇଥିଲୋ ସେଭଳି ମଣିଷ ଆଜିର ସମୟରେ ବିରଳା ବାସ୍ତବରେ ସେ ଥିଲେ ଉତ୍କଳ ମାତାର ଯୋଗ୍ୟତମ ସନ୍ତାନ ବୋଲି ଅତିଥିମାନେ ପ୍ରକାଶ କରିଥିଲୋ
Sign in
Sign in
Recover your password.
A password will be e-mailed to you.
Next Post