ମଡେଲ ଡ଼ିଗ୍ରୀ କଲେଜ୍ ରେ ଜାତୀୟ ସର୍ବେକ୍ଷଣ ଶିବିର ଉଦଯାପିତ

0

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲାର ଟିର୍ଲି ଆମ୍ବାଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଭାରତସରକାରଙ୍କ ଦ୍ଵାରା ଦିଆଯାଇଥିବା ଏକ ସର୍ବେକ୍ଷଣ ଦାୟିତ୍ଵକୁ ସମ୍ପୂର୍ଣ୍ଣ କରାଯାଇଛି। ଭାରତୀୟ କ୍ରୀଡା ଓ ଯୁବ ମନ୍ତ୍ରଣାଳୟ ଦ୍ଵାରା ଦେଶ ର ପନ୍ଦର ରୁ ଅଣ ତିରିଶି ବର୍ଷ ବୟସର ଯୁବକ ଯୁବତୀ ମଧ୍ୟରୁ ଯେଉଁମାନେ କୌଣସି ପ୍ରକାରେ ନିୟମିତ ଶିକ୍ଷା ଏବଂ ନିୟମିତ ରୋଜଗାରରେ ନାହାନ୍ତି,ସେମାନଙ୍କ ସର୍ବେକ୍ଷଣ କରାଯାଇଥିଲା।ସାତଦିନବ୍ୟାପୀ ଏହି ଶିବିରରେ ମହାବିଦ୍ୟାଳୟର ପଚାଶଜଣ ସ୍ବେଚ୍ଛାସେବୀ ନିଜନିଜ ଗାଁ ତଥା ପାର୍ଶ୍ଵ ଗ୍ରାମରୁ ଏଇ ବୟସର ଯୁବକଯୁବତୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ। ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ଡ ରଞ୍ଜନ କୁମାର ବେହେରା ନିଜ ସଭାପତିତ୍ବ ଭାଷଣରେ ଦେଶ ଗଠନରେ ଜାତୀୟ ସେବା ଯୋଜନାର ଭୂମିକାକୁ ଅତି ଚମତ୍କାର ଭାବେ ବୁଝାଇଥିଲେ। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ ଯୋଗଦେଇ ଏଭଳି ମହାନ୍ କାର୍ଯ୍ୟ ଏବଂ ନିର୍ଭୁଲ ତଥ୍ୟ ସ୍ବେଚ୍ଛାସେବୀ ମାନେ ନିଃସ୍ୱାର୍ଥ ଭାବରେ କରିଥିବା ଯୋଗୁଁ ସାଧୁବାଦ ଜଣାଇ ଥିଲେ।ସମ୍ମାନିତ ବକ୍ତା ଭାବେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବିନୋଦ ବିହାରୀ ପ୍ରଧାନ ଯୋଗ ଦେଇ ଏନ୍ଏସ୍ଏସ ର ଆଭିମୁଖ୍ୟ ଓ ଦାୟିତ୍ଵ ସମର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ଅନ୍ୟତମ ବକ୍ତା ଭାବେ ଡ ଅରବିନ୍ଦ କୁମାର ଓଝା ଯୋଗଦେଇ ଛାତ୍ର ଜୀବନରେ ସମାଜପ୍ରତି ଥିବା ନିଜର ଗୁରୁ ଦାୟିତ୍ବ କୁ ସ୍ବେଚ୍ଛାସେବୀ ଯେପରି ଅଣଦେଖା ନ କରନ୍ତି,ସେଥିପ୍ରତି ସତର୍କ କରାଇଥିଲେ।ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ସାତଦିନ ବ୍ୟାପୀ ଶିବିରର ରିପୋର୍ଟ ପାଠ କରିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ସ୍ବେଚ୍ଛାସେବୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.