ନୟାଗଡ଼,୨୭/୪ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଶାଳିଆଝରି ଓ ଅନ୍ୟାନ୍ୟ ଗ୍ରାମର ଶତାଧୂକ ଆଦିବାସୀ ମହିଳା ଓ ପୁରୁଷ ନିଜଗ୍ରାମ ସନ୍ନିକଟ କାଜୁପଦରରେ ପାରମ୍ପରିକ ଅଧିକାର ସାବ୍ୟସ୍ତ କରିବା ଦାବିରେ ଆଜି ଓଡିଶା ଆଦିବାସୀ ଅଧିକାର ମଞ୍ଚ ଓ କୃଷକ ସଭା ନେତୃତ୍ୱରେ ପଟୁଆର ସହକାରେ ନୟାଗଡ଼ ଜିଲ୍ଲାପାଳଙ୍କ
ଅଫିସ ଆଗରେ ବିକ୍ଷୋଭ ଓ ସଭା କରିଛନ୍ତି। ବିଶିଷ୍ଟ ବାମପନ୍ଥୀ ନେତା ବିଶ୍ବନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଂଗଠକ ସାଲ ମାରାଣ୍ଡି ଓ ଚାମ୍ବୁର ସୋରେନ ଯୋଗଦେଇ ଆଦିବାସୀମାନଙ୍କର ଜମିପାଇଁ ସଂଗ୍ରାମକୁ ଆହୁରି ଶକ୍ତି ଓ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିଲେ। ବୁଢ଼ାବୁଢ଼ୀଆଣି ଜଳଭଣ୍ଡାରର ବିସ୍ଥାପିତ ଆଦିବାସୀମାନେ ଗାଁ ପାଖ ପଦରମାନଙ୍କରେ ଚାଷବାସ କରି ଚଳି ଆସୁଥିବା ସମୟରେ ବନ ଉନ୍ନୟନ ନିଗମ ସେମାନଙ୍କୁ କାଜୁଫଳ ଭୋଗର ଲୋଭ ଦେଖାଇ ଭୋଗ ଦଖଲ ଜାଗାରୁ ଉଚ୍ଛେଦ କଲେ ଓ କାଜୁ ଚାଷକରି ଫଳଭୋଗୀ ହେବାର ପ୍ରଲୋଭନ ଦେଖାଇ ଏମାନଙ୍କ ଦ୍ବାରା ଜଗାରଖା ପୂର୍ବକ ଫଳନ୍ତି ଗଛରେ ପରିଣତ କଲେ। କିନ୍ତୁ ପରିତାପର ବିଷୟ ଏହି ମୂଳବାସୀମାନଙ୍କର ସମ୍ପୂର୍ଣ୍ଣ ଅଗୋଚରରେ ଜିଲ୍ଲା ବାହାରର ନିଲମଦାରଙ୍କୁ ଧରି ବନନିଗମ ସେଥିରେ ସଂଘର୍ଷର ବାତାବରଣ ସୃଷ୍ଟି କରିଛନ୍ତି ଓ ମାଫିଆମାନେ ଆଦିବାସୀଙ୍କୁ ନାଲିଆଖି ଦେଖାଇ ସେମାନଙ୍କ ପାରମ୍ପରିକ ଅଧିକାରରୁ ଉଚ୍ଛେଦ କରୁଛନ୍ତି। ଏହାର ପ୍ରତିବାଦରେ ଅନୁଷ୍ଠିତ ଏହି ବିକ୍ଷୋଭରେ ନାରିନେତ୍ରୀ ଜ୍ୟୋତିପ୍ରଭାଜେନା, କୃଷକ ନେତା ପବିତ୍ର ଇନ୍ଦ୍ରଜିତ, ଗୋଳକ ବିହାରୀ ମୁଦୁଲି, ଶ୍ରମିକ ନେତା କପିଳ ସାହୁ, ଆଦିବାସୀ ନେତା ଭଗବାନ ପ୍ରଧାନ, ଜଗବନ୍ଧୁ ଯାନି,ଦ୍ଯୁତିକୃଷ୍ଣ ପ୍ରଧାନ, ପ୍ରଭାକର ପ୍ରଧାନ, ବିଜୟ ପ୍ରଧାନ, ଉମା ଯାନୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବିଶ୍ବନାଥ ମହାପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧୂ ମଣ୍ଡଳୀ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସହିତ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହାର ପ୍ରତିକାର ପାଇଁ ଆସନ୍ତାକାଲି ଅର୍ଥାତ ୨୮ତାରିଖରେ ଅଧିକାରୀମାନଙ୍କୁ ସାମିଲକରି ଏକ ସାନି ବୈଠକ ଅନୁଷ୍ଠିତ କରିବାପାଇଁ ପ୍ରସ୍ତାବ ଦେଇଛନ୍ତି। ବାହାର ଗୁଣ୍ଡାମାନଙ୍କ ଦ୍ବାରା ଶାନ୍ତ ସରଳ ଆଦିବାସୀ ପଲ୍ଲୀରେ ଜୁଲମବାଜୀ ଚାଲିଲେ ଏହାର ଯଥାବିଧୂ ଜବାବ ଦିଆଯିବ ବୋଲି ଆଦିବାସୀ ଅଧିକାର ମଞ୍ଚ ଚେତାବନୀ ଦେଇଛି।
Sign in
Sign in
Recover your password.
A password will be e-mailed to you.