ଦେଶର ମହିଳା ମଲ୍ଲଯୋଦ୍ଧାଙ୍କ ପ୍ରତି ଯୌନ ଶୋଷଣକାରୀ ବି ଜେ ପି ସାଂସଦ ବ୍ରିଜ ଭୂଷଣ ସରନ୍ ସିଂହ ଙ୍କୁ ଗିରଫ ଦାବିରେ ବିକ୍ଷୋଭ।

0

ରାଉରକେଲା (ବସନ୍ତ କୁମାର ଜେନା):- ଭାରତ ପାଇଁ ବହୁ ସମୟରେ ସୁନାମ ଆଣିଥିବା ତଥା ଅଲମ୍ପିକ୍ସ ରେ ପଦକ ବିଜୟୀ ଦେଶର ମହିଳା ମଲ୍ଲଯୋଦ୍ଧା ମାନେ ଆଜକୁ ତିନି ଦିନ ଧରି ଦିଲ୍ଲୀରେ ଆନ୍ଦୋଳନ କରୁଥିଲା ବେଳେ କେନ୍ଦ୍ର ସରକାର ସେମାନଙ୍କ ଅଭିଯୋଗ ପ୍ରତି କର୍ଣ୍ଣପାତ କରୁନାହି। ମଲ୍ଲଯୋଦ୍ଧା ମାନଙ୍କ ସର୍ବଭାରତୀୟ ଫେଡେରେସନ୍ ର ଅଧ୍ୟକ୍ଷ ତଥା ବି ଜେ ପି ସାଂସଦ ବ୍ରିଜ ଭୂଷଣ ସରନ୍ ସିଂହ ମହିଳା ମଲ୍ଲଯୋଦ୍ଧା ମାନଙ୍କୁ ଯୌନ ଶୋଷଣ କରୁଥିବା ର ଅଭିଯୋଗ କରି ସେମାନେ ଦିଲ୍ଲୀର ଯନ୍ତର ମନ୍ତର ଠାରେ ଧାରଣାରେ ବସିଥିବା ବେଳେ ସେମାନେ ଦାଖଲ କରିଥିବା ଏଫ୍ ଆଇ ଆର କୁ ପୋଲିସ ଗ୍ରହଣ କରୁନାହୁଁ କାରଣ ଏହି ଘଟଣାରେ ବି ଜେ ପି ସାଂସଦ ଙ୍କ ସଂପୃକ୍ତ ରହିଛି । ଦେଶର ମହିଳା ରେସଲର ମାନଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ଘଟଣାର ନିରପେକ୍ଷ ତଦନ୍ତ ସହିତ ସାଂସଦଙ୍କୁ ଗିରଫ ଦାବି କରି ଆଜି ଦେଶ ତମାମ ସି ଆଇ ଟି ୟୁ, କୃଷକ ସଭା, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି,ଏସ ଏଫ୍ ଆଇ,ଡି ଔଇଏଫ ଆଇ ପକ୍ଷରୁ ପ୍ରତିବାଦ ବିକ୍ଷୋଭ ସଂଗଠିତ କରାଯାଇଛି। ରାଉରକେଲା ଆମ୍ବାଗାନ ଛକ ଠାରେ ଅନୁଷ୍ଠିତ ବିକ୍ଷୋଭ ରେ ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ର ବରିଷ୍ଠ ଉପ ସଭାପତି ଶ୍ରୀମନ୍ତ ବେହେରା, ରାଜ୍ୟ ସଂପାଦକ ବସନ୍ତ ନାୟକ, ହୃଦୟାନନ୍ଦ ଯାଦବ, ରାଜ କିଶୋର ପ୍ରଧାନ, କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ସୁରେନ୍ଦ୍ର ଦାଶ, ସୁରେନ୍ଦ୍ର ମହାନ୍ତି, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଲକ୍ଷ୍ମୀଧର ନାୟକ, ଦିବାକର ମହାରଣା, ଅରୁଣ ମହାରଣା, ମହିଳା ନେତ୍ରୀ ବୁଧନୀ ମୁଣ୍ଡାରୀ,ଶାନ୍ତି ମିଞ୍ଜ,କ୍ଷେତ ମଜଦୂର ନେତା ରଜତ ମୁଣ୍ଡା, ବସନ୍ତ ପାଢ଼ୀ, ପ୍ରମୋଦ ପରିଡ଼ା,ଜି କେ ନାୟକ, ଋଷି ଜେନା, ସୁରେନ୍ଦ୍ର ବେହେରା, ଅମରେଶ ରାୟ, କୁନ୍ଦନ ବେହେରା ଙ୍କ ବହୁ ସଦସ୍ୟ ସାମିଲ ହୋଇଥିଲେ।—

Leave A Reply

Your email address will not be published.