ଛତିଶଗଡ ସୀମାରେ କୁନ୍ଦେଇ ପୁଲିସ ପକ୍ଷରୁ ଯାଞ୍ଚ କଡ଼ା କଡି

0

ରାଇଘର/ନରସିଂ ବାଘ :ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଅଞ୍ଚଳରେ କୁନ୍ଦେଇ ପୋଲିସ ପକ୍ଷରୁ ବ୍ୟାପକ ଯାଞ୍ଚ କରାଯାଉଥିବା ଜଣାପଡିଛି। ସୂଚନା ପ୍ରକାରେ ଗତ କାଲି ଛତିଶଗଡ଼ ସୀମାନ୍ତ ଦନ୍ତବେଡା ଠାରେ ଲ୍ୟାଣ୍ଡଲାଇନ ବିସ୍ପୋରଣ ରେ 11 ଜଣ ଶହିଦ ହୋଇଥିଲେ। ସେହି ଘଟଣା ପରେ ଓଡ଼ିଶା ପୋଲିସ ସଜାଗ ହୋଇଥିବା ଦେଖିବାକୁ ମିଳିଛି। ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ଶବର ଓ ନବରଙ୍ଗପୁର ଏସପି ଏସ ସୁଶ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ସୀମାନ୍ତ ଅଞ୍ଚଳ ରେ ଯାଞ୍ଚ କଡାକଡି କରାଯାଇଛି । ରାଇଘର ବ୍ଲକ ରେ କୁନ୍ଦେଇ ପୋଲିସ ର କମ୍ବିଂ ଅପରେସନ ଜାରି ରହିଛି। ମାଓବାଦୀ ଙ୍କ ଉପରେ କଡା ନଜର ରଖିବା ସହ ଛତିଶଗଡ ରୁ ଓଡ଼ିଶା କୁ ଆସୁଥିବା ପ୍ରେତେକ୍ ଗାଡ଼ି ମଟର କୁ ଗଟେ ପରେ ଗଟେ କରି ଯାଞ୍ଚ କରାଯିବା ସହ ଗାଡ଼ି ନମ୍ବର ଓ ମୋବାଇଲ ନମ୍ବର ନୋଟ କରାଯାଉଥିବା ଦେଖିବାକୁ ମିଳିଛି!

Leave A Reply

Your email address will not be published.