ନବରଙ୍ଗପୁର ଠାରୁ ତିରୁପତି ପର୍ଯ୍ଯନ୍ତ ଗଡ଼ିଲା ଶ୍ରୀ ବାଲାଜୀ ବସ

0

ନବରଙ୍ଗପୁର/ଅଶୋକ ସାହୁ : ଆଜି ନବରଙ୍ଗପୁର ଜିଲ୍ଲା ଘରୋଇ ବସ ମାଲିକ ସଂଘ ର ସଭାପତି ପ୍ରକାଶ ତ୍ରିପାଠୀ ଙ୍କ ଦ୍ଵାରା ନବରଙ୍ଗପୁର ଠାରୁ ତିରୁପତି ପର୍ଯ୍ଯନ୍ତ ଶ୍ରୀ ବାଲାଜୀ ନାମକ ଏକ ଘରୋଇ ବସ ର ଶୁଭାରମ୍ଭ ହୋଇଯାଇଛି l ଏହି ଶୀତତାପ ନିୟନ୍ତ୍ରିତ ବସ ରେ ସର୍ବମୋଟ ୩୪ ଟି ସିଟ ଥିବାବେଳେ ପୁରା ଶୋଇ କି ଯିବା ପାଇଁ ବ୍ୟବସ୍ଥା ଅଛି l ଏହି ବସ ପ୍ରତିଦିନ ନବରଙ୍ଗପୁର ରୁ ଦିନ ୧.୦୦ ଘଣ୍ଟା ସମୟରେ ବାହାରି ତାର ପରବର୍ତ୍ତି ଦିନ ୯.୦୦ ଘଣ୍ଟା ସମୟରେ ତିରୁପତି ଠାରେ ପହଁଞ୍ଚିବ l ଏହି ବସ ର ଟିକଟ ସୁବିଧା WWW.RED BUS. IN ରେ ମଧ୍ୟ ଉପଲବ୍ଧ I ଏହି ଶୁଭାରମ୍ଭ ଅବସରରେ ନବରଙ୍ଗପୁର ବସ ଷ୍ଟାଣ୍ଡ ରେ ବୃନ୍ଦାବନ ଚନ୍ଦ୍ର ସାହୁ (ପିଙ୍କୁ), ଓଡିଶା ରାଜସ୍ଵ ଅମଲା ସଂଘର ସଭାପତି ତ୍ରିପତି ବାଲାଜୀ ସାହୁ, ଆଲୋକ ସାହୁ, ସାହୁ ଦୀପ ଦାସ, ଅକ୍ଷୟ କୁମାର ପାଢ଼ୀ (ଗଗନ),ବିଜୟ କୁମାର ରଥ, ରୋମୀ ପାଇକରାୟ, ବଂଶୀଧର ପାଣିଗ୍ରାହୀ,କେଦାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l

 

Leave A Reply

Your email address will not be published.