ଶିଶୁ ଯତ୍ନ ପରବର୍ତ୍ତୀ କେନ୍ଦ୍ର ଉଦଘାଟନ କଲେ ଜିଲ୍ଲାପାଳ

0

ସୁବର୍ଣ୍ଣପୁର,(ପ୍ରକାଶ କୁମାର ହାତୀ ) ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ସହାୟତାରେ ୧୮ ବର୍ଷରୁ ଅଧିକ ବୟସର କିଶୋରୀ ବାଳିକା ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଶିଶୁ ଯତ୍ନ ପରବର୍ତ୍ତୀ କେନ୍ଦ୍ର କୁ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟଅତିଥି ଭାବରେ ଯୋଗଦାନ ପୂର୍ବକ ଉଦଘାଟନ କରିଛନ୍ତି l ବାପା ମାଁ ଙ୍କୁ ହରାଇ ଶିଶୁ ଯତ୍ନ ଅନୁଷ୍ଠାନରେ ରହିଆସୁଥିବା ୧୮ ବର୍ଷରୁ ଅଧିକ ବୟସର କିଶୋରୀ ବାଳିକା ମାନଙ୍କୁ ସ୍ୱାବଲମ୍ବୀ କରିବା ତଥା ବିଭିନ୍ନ ବାହ୍ୟ କାର୍ଯ୍ୟାବଳୀ ରେ ସକ୍ଷମ ନିମନ୍ତେ ଏହି ଯୋଜନା କାର୍ଯ୍ୟକାରୀ ହୋଇଅଛି l ପୋଲିଟେକନିକ ରେ ଅଧ୍ୟ୍ୟୟନରତ ଚନ୍ଦ୍ରକାନ୍ତି ହାତୀ, ଲିସା ପାତ୍ର,, ସରକାରୀ ଆଇ ଟି ଆଇ ରେ ଅଧ୍ୟୟନ କରୁଥିବା ଆନନ୍ଦିନୀ ଦେହେରୀ,ସୋନପୁର ମହାବିଦ୍ୟାଳୟ ରେ ଯୁକ୍ତ ୩ ଅଧ୍ୟୟନରତ ସୁମି ନାଏକ ଏବଂ ବବଲି ବାଦୀ ପ୍ରଥମ ପର୍ଯ୍ୟାୟରେ ଶିଶୁ ଗୃହ ଛାଡି ଶିଶୁ ଯତ୍ନ ପରବର୍ତ୍ତୀ କେନ୍ଦ୍ରରେ ରହିବାର ଆରମ୍ଭ କରିଛନ୍ତି l ପିଲାମାନେ ନିଜର ଦୈନନ୍ଦିନ କାର୍ଯ୍ୟ କରିବାସହ ପାଠ ପଢ଼ାରେ ଅଧିକ ମୂଲ୍ୟଯୁକ୍ତ ସମୟ ଦେଇ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ଏବଂ ସ୍ୱରୋଜଗାରକ୍ଷମ ହେବାପାଇଁ ଏହା ସେମାନଙ୍କୁ ବିଶେଷ ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଦାଶ ପ୍ରକାଶ କରିଛନ୍ତି l ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଦିବସ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ କିଶୋରୀ ନ୍ୟାୟ ବୋର୍ଡ ସଦସ୍ୟ ଶଙ୍କର୍ଷଣ ପଣ୍ଡା,ଚାଇଲଡ ଲାଇନ ସଂଯୋଜକ ମନୋଜ ପଣ୍ଡା, ଆନନ୍ଦିନୀ ବେହେରା, ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର ପ୍ରମୁଖ ଯୋଗଦାନ କରି ନିଜ ନିଜସ୍ୱ ମତାମତ ପ୍ରଦାନ କରିଥିଲେ l ଶିଶୁ ଗୃହର ସୁଜାତା ବେହେରା, ସୁବ୍ରତ ପ୍ରଧାନ, ଟିକେଶ୍ୱର ଛତ୍ରିଆ ପ୍ରମୁଖ କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ସହଯୋଗ କରିଥିଲେ l

Leave A Reply

Your email address will not be published.