ସୁବର୍ଣ୍ଣପୁର :(ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ (କୃଷକ ଦିବସ) ପାଳନ ସମାରୋହ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଛେପାପାଲି ଠାରେ ଅନୁଷ୍ଠିତ ହୋଇଯାଇଛି l ଆଜି ସକାଳେ ରୀତିନୀତି ର ସହ ପୁଜାପାଠ ପୂର୍ବକ ଦିବସର ମୁଖ୍ୟ ଅତିଥି ଜିଲ୍ଳାପରିଷଦ ଅଧ୍ୟକ୍ଷା ସୁପାର ଠେଲା, ସମ୍ମାନିତ ଅତିଥି ଜିଲ୍ଲାପାଳ ସୁବର୍ଣ୍ଣପୁର ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ନିଶିପୁନମ ମିଞ୍ଜ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ସେଠୀ,ଅନ୍ୟାନ୍ୟ କୃଷି ଓ କୃଷି ଆନୁସଙ୍ଗିକ ବିଭାଗୀୟ ଅଧିକାରୀଙ୍କ ଙ୍କ ଉପସ୍ଥିତିରେ ଅକ୍ଷୀମୁ୍ଠୀ ଅନୁକୂଳ କରାଯାଇଥିଲାl ପରେ ପରେ ବୈଦ୍ୟନାଥ ପେକ୍ସ କେନ୍ଦ୍ର ପରିସରରେ ଜିଲ୍ଲାର ଚାଷୀ ମାନଙ୍କ ପାଇଁ ବିଭାଗ ତରଫରୁ କୃଷି ଓ କୃଷକ ସମ୍ୱନ୍ଧୀୟ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଦିବସ ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ସେଠୀ ,ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଜିଲ୍ଲାପରିଷଦ ସୁବର୍ଣ୍ଣପୁର ସୁପାର ଠେଲା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ,ଅତିରିକ୍ତ ଜିଲ୍ଲପାଳ ଶ୍ରୀମତୀ ନିଶିପୁନମ ମିଞ୍ଜ , ହରଡଖୋଲ ସରପଞ୍ଚ ମୋହନ କର୍ମୀ, ସମିତିସଭ୍ୟ ତଥା ବିଶିଷ୍ଟ କୃଷିବିତ କରମଚାନ୍ଦ ମହାନ୍ତି, ହରଡ଼ଖୋଲ ପେକ୍ସ ସଭାପତି ରାଜକୁମାର ସୁନା ପ୍ରମୁଖ ମଂଚାସୀନ ଥିଲେ l ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ର କୃଷିବୈଜ୍ଞାନିକ ଡ଼ ଶ୍ରୀନାଥ ଖଣ୍ଡାୟତ ରାୟ ,ତହସିଲଦାର ସୋନପୁର ଶ୍ରୀ ନବୀନ କିଶୋର ପାଢ଼ୀ, ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ହୃଷିକେଶ ଦାଶ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ଅନନ୍ତ କୁମାର ପଣ୍ଡା, ପ୍ରକଳ୍ପ ନିର୍ଦେଶକ ଜଳବିଭାଜିକା ରମେଶ ଚନ୍ଦ୍ର ଦେହେରୀ , ଚାଷୀ ପ୍ରତାପ ଦେହେରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଏହି ଆଲୋଚନା ଚକ୍ରରେ ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ ଅଗ୍ରଣୀଚାଷୀ ଉପସ୍ଥିତ ଥିଲେ l ବୈଠକରେ ରେ ମୁଖ୍ୟଅତିଥି ଜିଲ୍ଲାର ଚାଷୀ ଓ ଚାଷ ରାଜ୍ୟର ଗର୍ବ ଗୌରବ ବୋଲି କହିବା ସହ ରାଜ୍ୟ ସରକାରଙ୍କ କୃଷି ଓ ଆନୁସଙ୍ଗିକ ବିଭାଗର ପ୍ରତ୍ୟେକ ଯୋଜନା କୁ ଆପଣେଇବାକୁ ଚାଷୀ ମାନଙ୍କୁ ପରାମର୍ଶ ଦେଇଛନ୍ତି l ଜିଲ୍ଲାପାଳ ଶ୍ରୀ ଦାଶ ଜିଲ୍ଲାର କୃଷକ ମାନେ ପାରମ୍ପରିକ ଧାନ ଚାଷ ପରିବର୍ତ୍ତେ ଅଣଧାନ ଚାଷ ଏବଂ ମାଟିର ସୁରକ୍ଷା ଓ ଉର୍ବରତା ଉପରେ ଗୁରୁତ୍ୱ ଦେବା ସହିତ ଆଗାମୀ ଦିନରେ ଯୁଗୋପଯୋଗୀ ଚାଷ ଉପରେ ମନୋନିବେଶ କରି ବହୁବିଧ ଚାଷ କୁ ଗୁରୁତ୍ୱ ଦେବାକୁ ଉପସ୍ଥିତ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ କୃଷି ଓ ଆନୁସଙ୍ଗିକ ବିଭାଗ ତଥା ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ୱାରା କୃଷି ଓ କୃଷି ସମ୍ୱନ୍ଧୀୟ ଆଧୁନିକ କୃଷି ଯନ୍ତ୍ରପାତି, ସାର କୀଟନାଶକ, ଆଧୁନିକ କୃଷି ପ୍ରଣାଳୀ ପ୍ରଭୁତିର ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇ ପ୍ରଦର୍ଶିତ କରାଯାଇଥିଲା l ପୁନଶ୍ଚ ଦିବସ ଅବସରରେ କୃଷି ଓ ଆନୁସଙ୍ଗିକ ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ଅଗ୍ରଣୀ ପାଞ୍ଚ ଜଣ ଚାଷୀ ରଶ୍ମିତା ବିଶି, ବଡ ଅଙ୍କରିଆ ଙ୍କୁ ପ୍ରାଣୀଧନକୃଷି , ଶଶୀଭୁଷଣ ସାହୁ, ବୈଦ୍ୟନାଥ ଙ୍କୁ ମସ୍ୟ କୃଷି, ରିନୁ ପ୍ରଧାନ, ଅର୍ଜୁନପୁର ଙ୍କୁ କୃଷି କ୍ଷେତ୍ରରେ, ଶେଷଦେବ ବଗର୍ତ୍ତୀ ଝାର କଦଳିପାଳି ଙ୍କୁ ଜଳବିଭାଜିକା ପ୍ରକଳ୍ପ, ହରିଶଙ୍କର ପାଣିଗ୍ରାହୀ, ମଣିଗାଁ ଙ୍କୁ ଉଦ୍ୟାନ କୃଷିରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ଅତିଥି ବୃନ୍ଦ l ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀ ତଥା ଗ୍ରାମ୍ୟ କୃଷି କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ l ମିତାଳି ମଧୁମିତା ବିଶ୍ୱାଳ ଉପ ପ୍ରକଳ୍ପ ନିର୍ଦେଶକ ଆତ୍ମା, ବୈଠକରେ ସଂଯୋଜନା କରିଥିବା ବେଳେ ଲଳିତ କୁମାର ସାହୁ ଏ ଏ ଓ, ପ୍ରଣତି ପ୍ରଧାନ ବିଏଓ, ଆଶିଷ କୁମାର ସେଠୀ, ପ୍ରଶାନ୍ତ ସେଠୀ, ଝସକେତନ ମେହେର ପ୍ରମୁଖ ଗ୍ରାମ୍ୟ କୃଷି କର୍ମଚାରୀ, ହିମାଂଶୁ ପ୍ରଧାନ, ଅଲକ୍ଷ ନାରାୟଣ ଦାଶ ଓ ଅନ୍ୟାନ୍ୟ କୃଷି ବିଭାଗ କର୍ମଚାରୀ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post