ଅକ୍ଷତୃତୀୟାରେ ବାସୁଦେବପୁର ଚଳଚଞ୍ଚଳ : ଅକ୍ଷିମୁଠି ଅନୁକୂଳ କଲେ ଯୁବନେତା ବାଣୀ କଲ୍ୟାଣ !!

0

ବାସୁଦେବପୁର/ ପ୍ରତାପ ପାଢ଼ୀ : ଆଜି ଅକ୍ଷିତୃତୀୟା । ଅନୂକୁଳ ର ମହାପର୍ବ ।କୃଷି ଭିତ୍ତିକ ରାଜ୍ୟ ଓଡ଼ିଶା ରେ ଅକ୍ଷିତୂତୀୟା କୁ ସୁଖ ଓ ସମୃଦ୍ଧି ର ପର୍ବ ଭାବେ ପାଳନ କରାଯାଏ।ଏହା ଛଡା ଆଜିର ଦିନରେ ପ୍ରଭୁ ଜଗନ୍ନାଥଙ୍କ ର ରଥ କାଠ ର ମଧ୍ୟ ଅନୁକୂଳ କରାଯାଏ ଥାଏ। ସେହିପରି ଚାଷୀ ଭାଇ ଆଜିର ଦିଳରେ ଵିଲ ରେ ହଳ କରି ଅକ୍ଷିମୁଠି ପ୍ରଦାନ ପୂର୍ବକ ବିହନ ଵପନ କରି ତାର ଚାଷ କାମରେ ଶୁଭ ଅନୁକୂଳ କରିଥାଏ। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ର ଶୁଭ ଦିବସ ଅବସରରେ ଚାଷୀ ଭାଇ ମାନେ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଚାଷୀ ଭାଇ ମାନଙ୍କ ଏହି ମହାନ ପର୍ବ ରେ ନିଜକୁ ସାମିଲ କରିଛନ୍ତି ଯୁଵ ନେତା ତଥା ସମାଜସେବୀ ଵାଣୀ କଲ୍ୟାଣ ମହାନ୍ତି। ବାସୁଦେବପୁର ପୌରାଞ୍ଚଳର ୬ ନମ୍ବର ୱାର୍ଡ ର ଚାଷୀ ଭାଇ ମାନଙ୍କ ସହିତ ମିଶି ଅକ୍ଷି ମୁଠି ଅନୁକୂଳ କରିବା ସହିତ ମହା ପ୍ରଭୁ ଜଗନ୍ନାଥଙ୍କ କୂପାରୁ ଏ ବର୍ଷ ଭଲ ଫସଲ ଅମଳ ପାଇଁ ପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Leave A Reply

Your email address will not be published.