ରଞ୍ଜିତ ମେମୋରିଆଲ ଅହୋରାତ୍ର କ୍ରିକେଟ ତୁର୍ନାମେଣ୍ଟ: ବାସୁଦେବପୁର ଇଲେଭେନ କୁ ହରାଇ ଗୋପ ବନ୍ଧୁ ଇଲେଭେନ ଚମ୍ପିୟାନ

0

ବାସୁଦେବପୁର – ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ମହିଷା ପଦା ଠାରେ ଏଲ ପି ସି ସି କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ରେ ଆୟୋଜିତ ହୋଇ ଯାଇଛି ଅହୋରାତ୍ର କ୍ରିକେଟ ମ୍ୟାଚ୍। ଏହି ତୁର୍ନା ମେଣ୍ଟ ରେ ମୋଟ ଆଠ ଟି ଦଳ ଅଂଶ ଗ୍ରହଣ କରିଥିଲେ। ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅହୋରାତ୍ର ଖେଳ ରାତ୍ର ଆଠ ଘଟିକ। ରୁ ଆରମ୍ଭ ହୋଇ ଭୋର୍ ପ୍ରାୟ ପାଞ୍ଚ ଘଟିକା ଯାଏଁ ଚାଲି ଥିଲା। ଶେଷ ଫାଇନାଲ ମ୍ୟାଚ ଟି ବାସୁଦେବପୁର ଇଲେଭେନଓ ଗୋପବନ୍ଧୁ ଇଲେବେନ ମଧ୍ୟ ରେ ଅନୁଷ୍ଟିତ ହୋଇଥିଲା। ଏଥିରେ ବାସୁଦେବପୁର ଇଲେଭେନ କୁ ହରାଇ ଗୋପବନ୍ଧୁ ଇଲେଭେନ ଚମ୍ପିୟାନ ହୋଇପାରିଥିଲା। ଖେଳ ଟିକୁ ଆମ୍ପେୟର ଭାବ ରେ କର୍ପୁର ଦାସ, ଦିମ୍ଫଲ ଦାସ, ଶଶି କାନ୍ତ ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ। ଉଦଯାପନୀ ଉତ୍ସବରେ ଅତିଥି ଭାବେ ପୂର୍ବତନ ୱାର୍ଡ କାଉନସିଲର ମାନସ ରଞ୍ଜନ ଭାଇ, ଏଲ ପି ସି ସି ର ସଦସ୍ୟ ଗୌତମ ବେହେରା , ସୁଶାନ୍ତ ସେଠୀ ଯୋଗ ଦେଇ ବିଜୟୀ ଦଳ କୁ ଟ୍ରଫି ସହ ୧୬୦୦୦ ଓ ରନସ୍ ଅପ୍ ଦଳ କୁ ଟ୍ରଫି ସହ ୧୧୦୦୦ ଟଙ୍କା ପ୍ରଦାନ କରିଥିଲେ। ମ୍ୟାନ ଅପ୍ ଦି ଟ୍ଟୁର୍ନା ମେଣ୍ଟ ମାନସ ମହାଳିକ ଓ ମ୍ୟାନ ଅପ୍ ଦି ମ୍ୟାଚ୍ ବାବୁ ମହାନ୍ତି ଙ୍କୁ ପ୍ରଦାନ କରାଯାଇଛି। ଏହି ଖେଳ ଟିକୁ ଏଲ ପି ସି ସି ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସଫଳ କରାଇ ଥିଲେ।

Leave A Reply

Your email address will not be published.