ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଳକ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତ ନିକଟ ସୁକାନାଣ୍ଡା ଠାରେ ଥିବା ମଦର ଟେରସା ହୋମ ଠାରେ ଥିବା ମାନସିକ ବିକୃତ ରୋଗୀଙ୍କ ଗହଣରେ ଏକ ନିଆରା ଢଙ୍ଗରେ ଜନ୍ମଦୀନ ପାଳନ କଲେ ଘୁ.ଉଦୟଗିରି ନିବାସି ଶ୍ରୀରାମ ପଦା ରବିନ୍ଦ ଆଚାର୍ଯ୍ୟ ଓ ପ୍ରଜ୍ଞା ପ୍ରସିମିତା ମହାପାତ୍ରଙ୍କ ସୁପୁତ୍ର ଡାକ୍ଟର ଛାତ୍ର ସାସ୍ବତ ଅଚାର୍ଯ୍ୟ । ଉକ୍ତ କାର୍ଯ୍ୟକ୍ରମରେ ସାସ୍ବତଙ୍କ ପିତାମାତାଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ଏମ୍ ଏମ୍ ସି ହସ୍ପିଟାଲର ଡାକ୍ଟର ଦେବରାଜ ଦାସ ଓ ବରିଷ୍ଠ ଶିକ୍ଷକ ଦୁର୍ଗା ପ୍ରସାଦ ସାହୁ ଏବଂ ମଦର ଟେରସା ହୋମର ସିଷ୍ଟରମାନେ ଉପସ୍ଥିତ ଥିଲେ । ଉକ୍ତ ହୋମରେ ରହୁଥିବା ୪୪ ଜଣ ମାନସିକ ବିକୃତ ରୋଗୀମାନଙ୍କ ମଧ୍ୟରୁ ସାସ୍ବତଙ୍କ ଉଦ୍ଦେଶ୍ଯରେ କିଛି ଜଣ ଠିଆହୋଇ ଜନ୍ମଦିନର ଶୁଭେଚ୍ଛା ଗୀତ ଗାନ କରିସାରିବା ପରେ ସେମାନେ ପ୍ରସ୍ତୁତ କରିଥିବା ପୁଷ୍ପଗୁଛ ପ୍ରଦାନ କରିଥିଲେ । ସାସ୍ବତ ସମସ୍ତ ମାନସିକ ବିକୃତ ରୋଗୀଙ୍କୁ ଚକଲେଟ ବାଣ୍ଟିଥିଲେ ଓ ସେମାନଙ୍କ ଗହଣରେ କିଛି ସମୟ ବିତାଇଥିଲେ ଏବଂ ସେମାନଙ୍କ ପାଇଂ ମଧ୍ୟାନ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରିଥିଲେ । ୨୦୦୨ ମସିହାଠାରୁ ଆରମ୍ଭ ହୋଇଥିବା ଏହି ମଦର ଟେରସାଙ୍କ ହୋମରେ ରହୁଥିବା ସିଷ୍ଟର ମାନେ ମଦର ଟେରସାଙ୍କ ଦିଗ୍ ଦର୍ଶନରେ ଅନୁପ୍ରାଣିତ ହୋଇ ଓଡିଶାର ବିଭିନ୍ନ ସ୍ଥାନରୁ ଆସିଥିବା ମାନସିକ ବିକୃତ ରୋଗିମାନଙ୍କୁ ନିସ୍ବାର୍ଥପର ଭାବେ ନିୟମିତ ସେବା କରି ଆସୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ମଦର ଟେରସା ହୋମର ନିଷ୍ଠାପର ସେବା ପାଇଁ ବହୁ ମାନସିକ ବିକୃତ ରୋଗୀ ସେବା ପାଉ ଥିବା ଦେଖା ଦେଇଛି I
Sign in
Sign in
Recover your password.
A password will be e-mailed to you.
Prev Post