ରାଇଘର/ନରସିଂହ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଲୋ ଭୋଲ୍ଟେଜ ସମସ୍ୟା କୁ ନେଇ ଇଲେକ୍ଟ୍ରି ଅଫିସ ଘେରାଉ କଲେ ଚାଷୀ । ଲୋ ଭୋଲ୍ଟେଜ ସମସ୍ୟା ଯୋଗୁ ଫସଲ ଉଜୁଡିଯାଉଥିବା କାରଣରୁ ଚିନ୍ତାରେ ଚାଷୀ। ସୂଚନା ପ୍ରକାରେ ରାଇଘର ବ୍ଲକ ର ସବୁ ପଂଚାୟତର ଚାଷୀମାନେ ଏକତ୍ରିତ ହୋଇ ଲୋ ଭୋଲ୍ଟେଜ୍ ସମସ୍ୟାକୁ ନେଇ ଇଲେକ୍ଟ୍ରି ଅଫିସ ଘେରାଉ କରିଥିଲେ l ଲୋ ଭୋଲ୍ଟେଜ୍ ଯୋଗୁଁ ଜଳସେଚନ ହୋଇ ପାରୁ ନଥିବାରୁ ଚଳିତ ବର୍ଷ ରବି ଫସଲ ଏବେ ନଷ୍ଟ ହେବାକୁ ଯାଉଥିବା ବେଳେ ଚାଷୀ ଏବେ ଏହି ସମସ୍ୟାକୁ ନେଇ ଚିନ୍ତାରେ ରହିଛନ୍ତି । ଚାଷୀ ଋଣ ନେଇ ଚାଷ କରୁଛନ୍ତି, କିନ୍ତୁ ଲୋ ଭୋଲଟେଜ୍ ସମସ୍ୟା କୁ ନେଇ ପାଣି ଅଭାବ ରୁ ଫସଲ ନଷ୍ଟ ହେବାକୁ ବସିଥିବା ବେଳେ କିଛିଟା ଫସଲ ନଷ୍ଟ ହୋଇଯାଇଛି। କିଛି ଦିନ ପୂର୍ବେ ଏହି ସମସ୍ୟା କୁ ନେଇ ରାଇଘର ରେ ଜିଲ୍ଲାପାଳ ଜନଶୁଣାଣି କାର୍ଯ୍ୟକ୍ରମ ଅବସରରେ ଚାଷୀମାନେ ଅଭିଯୋଗ କରିଥିଲେ! ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ରାଇଘର ବ୍ଲକ ବାସୀ ଇଲେକ୍ଟ୍ରି ଅଫିସ ଘେରାଉ କରିଥିଲେ। ଯେ ପର୍ଯ୍ୟନ୍ତ ଦାବି ପୁରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହି ଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ଯୁକ୍ତ ସନରାଜ ଗଣ୍ଡ l
Sign in
Sign in
Recover your password.
A password will be e-mailed to you.
Prev Post
Next Post