ପେଟ୍ରୋଲ ଢ଼ାଳି ନିଜ ଦେହରେ ନିଆଁ ଲଗାଇଲେ ଯୁବକ।

0 2

ଉମରକୋଟ-ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଶିଂସାରି ଗ୍ରାମରେ। ଯୁବକ ଜଣକ ହେଲେ କାମଦେବ ବେହେରା (୪୦)। କାମଦେବ ଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା କେସୁମାନି ଗ୍ରାମରେ। କାମଦେବ ଏକ ବର୍ଷ ହେବ ଶିଂସାରି ରେ ଘର ଭଡା କରି ରହୁଥିଲେ। କାମଦେବ ହାଟ ହାଟ ବୁଲି ବ୍ୟବସାୟ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। କାମଦେବ ଅଳ୍ପ ମାନସିକ ବିକୃତି ଥିଲେ।ମିଳିଥିବା ସୂଚନା ଅନୁଯାୟୀ କାମଦେବ ଆଜି ସକାଳୁ ଘର ବାଡି ପଟେ ପେଟ୍ରୋଲ ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। କାମଦେବ ଙ୍କ ଶରୀର ଶତପ୍ରତିଶତ ଅଂଶ ପୋଡି ଯାଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା। ସୂଚନା ଥାଉ କି କାମଦେବ ଙ୍କ ଦୁଇଟି ପୁଅ ଅଛନ୍ତି। ଗୋଟିଏ ୮ ବର୍ଷର ଓ ଗୋଟିଏ ୬ ବର୍ଷର।

Leave A Reply

Your email address will not be published.