ଓଡିଶା ସାମ୍ୱାଦିକ ସଂଘ ବାର୍ଷିକ ଉତ୍ସବ ପାଳିତ

0 2

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ମହାସମାରୋହ ଓଡିଶା ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି lଉକ୍ତ ସଂଘର ସଭାପତି ଡ଼ଃ ସୁନାକର ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ, ବିଶିଷ୍ଟ ଅତିଥି ଭାବେ ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ମହାଶୟ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ସଦସ୍ୟ ଓଡିଶା ଲୋକସଭା ଆୟୋଗ ପ୍ରଫେସର ସଂଗୀତା ରଥ, ସଂମାନ୍ନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ମୋହଦୟ,ରାଷ୍ଟ୍ରୀୟ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ବ୍ରହ୍ମଚାରି ବାବା ସତ୍ୟନନ୍ଦ ଦାସ ମହାରାଜ, ସ୍ୱତନ୍ତ୍ର ଅତିଥି ଭାବେ ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶଶୀ ଭୂଷଣ ପ୍ରହରାଜ, ରାଜ୍ୟ ଉପସଭାପତି ରମଣୀ ରଞ୍ଜନ ଦାସ, ରାଜ୍ୟ ସମ୍ପାଦକ କେ ଶ୍ରୀ ନିବାସ ରାଓ ଯୋଗଦେଇ ସାମ୍ବାଦିକ ମାନଂକର ସଂମାନ ସହ ବଞ୍ଚିବାର ଅଧିକାର ଓ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ବିସ୍ତୃତ ଆଲୋଚନା କରିଥିଲେ l

ଏପରିକି ସତ୍ୟ ନିର୍ଭିକ ସମ୍ବାଦ ପରିବେଷଣ ସହ ସାଧାରଣ ଜନତାଙ୍କ ସ୍ୱର କୁ ପ୍ରଶାସନ ଏବଂ ସରକାରଙ୍କ ନିକଟରେ ପହଞ୍ଚାଇ ପାରୁଥିବାରୁ ଓଡିଶା ସାମ୍ବାଦିକ ସାମ୍ବାଦିକ ସଂଘର କାର୍ଯ୍ୟବଳି କୁ ପ୍ରଶଂସା କରିଥିଲେ l ଜିଲ୍ଲା ସାମ୍ବାଦିକ ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଦୁର୍ୟୋଧନ ମହାରଣାସମ୍ପାଦକୀୟ ବିବରଣୀ ପାଠ କରିବା ବେଳେ ପ୍ରଚେତ ଚେତନ ମହାନ୍ତି ସ୍ୱାଗତ ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ l

ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସାମ୍ବାଦିକ ଭାଇ ଓ ଭଉଣୀ ମାନେ ଯୋଗ ମଧ୍ୟ ଦେଇଥିବା ଦେଖିବାକୁ ମିଳିଥିଲା l ଶେଷରେ ଜିଲ୍ଲା ର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ବିଭିନ୍ନ ସଂମାନ ରେ ସନ୍ନମାନିତ କରାଯାଇଥିଲା l

Leave A Reply

Your email address will not be published.