ତିନିଦିନ ହେଲା ଡିପ୍ଲୋମା ଇଞ୍ଜିନିୟରମାନେ ଛୁଟିରେ : ଉନ୍ନୟନ କାମ ଏକ ପ୍ରକାର ଠପ 

0

ସୁନ୍ଦରଗଡରୁ ହୋରଚାନ୍ଦ ଦେଉରିଆ 

 ସରକାର ଡିପ୍ଲୋମା ଇଞ୍ଜିନିୟରମାନଙ୍କ ନ୍ୟାର୍ଯ୍ୟଦାବୀ ଗୁଡିକ ପୁରଣ କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରିବା  କାରଣରୁ ପୂର୍ବ ଧାର୍ଯ୍ୟ ଘୋଷଣା ଅନୁଯାୟୀ  ଡିପ୍ଲୋମା ଇଞ୍ଜିନିୟରମାନଙ୍କ ସମୂହ ଛୁଟି ତିନିଦିନ ଅତିକ୍ରମ କରିଛି | ଏହି କାରଣରୁ ବ୍ଲକ ସ୍ତରରେ ଉନ୍ନୟନ କାମ ଏକ ପ୍ରକାର ଠପ ହୋଇଯାଉଛି | ରାଜ୍ୟ ଶାଖା ପକ୍ଷରୁ ଦିଆଯାଇଥିବା ସମୂହ ଛୁଟି ଡ଼ାକରାରେ ସାମିଲ ହୋଇଛି ଡିପ୍ଲୋମା ଇଞ୍ଜିନିୟର ସୁନ୍ଦରଗଡ ଶାଖା | ଜିଲ୍ଲା ଶାଖା ସଭାପତି ଇଂ ସୁରେନ୍ଦ୍ରନାଥ ମହାନ୍ତ ଓ ସମ୍ପାଦକ ଇଂ ବସନ୍ତ କୁମାର ଦେହୁରୀଙ୍କ ନେତୃତ୍ୱରେ ଡିପ୍ଲୋମା ଇଞ୍ଜିନିୟରମାନେ ସମୂହ ଛୁଟିରେ ଯାଇଛନ୍ତି ଓ ଧାରଣାରେ ବସିଛନ୍ତି | 

 ଦୀର୍ଘ ୧୦  ବର୍ଷ ଧରି ସରକାରଙ୍କ ଠାରେ ନ୍ୟାର୍ଯ୍ୟ ଦାବୀ ଗୁଡିକ ପୁରଣ ପାଇଁ ଜଣାଇ ଆସୁଥିବା ସତ୍ତ୍ୱେ ଡିପ୍ଲୋମା ଇଞ୍ଜିନିୟର ମାନଙ୍କୁ କ୍ୟାଡର ପୁର୍ନଗଠନର ନ୍ୟାୟ ମିଳୁନି । ସରକାର ଡୀଗ୍ରୀ ଇଞ୍ଜିନିୟର ମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଆସୁଥିବାବେଳେ ଡିପ୍ଲୋମା ଇଞ୍ଜିନିୟର ମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ଅବହେଳା କରି ଆସୁଛନ୍ତି । ଏମିତିକି ଜି.ପି.ଟି.ଏ ମାନଙ୍କୁ କନିଷ୍ଠ ଯନ୍ତ୍ରୀ ପଦବୀରେ ନୀୟମିତ କରିବା ପାଇଁ କ୍ୟାବିନେଟ ନିଷ୍ପତି ହୋଇ ଥିଲେ ମଧ୍ୟ ତାହା କରାଯାଉନି । ଡିଗ୍ରୀ ଇଞ୍ଜିନିୟର ମାନଙ୍କ ପଦୋନ୍ନତି ହାର ଶତକଡା ୮୨ ଭାଗ ଥିବା ବେଳେ ଡିପ୍ଲୋମା ଇଞ୍ଜିନିୟର ମାନଙ୍କ ପଦୋନ୍ନତି ହାର ଶତକଡା ୧୩ ଭାଗ ସିମିତ ଅଛି । ତେଣୁ ଡିପ୍ଲୋମା ଇଞ୍ଜିନିୟରମାନଙ୍କର ମୂଳ ନିଯୁକ୍ତିକୁ ସହକାରୀ ଯନ୍ତ୍ରୀ କରାଯିବ ସହ ପଦୋନ୍ନତି ହାର ୫୦ ଭାଗକୁ ବୃଦ୍ଧି କରିବା ,  ଡିପ୍ଲୋମା ଇଞ୍ଜିନିୟରମାନଙ୍କୁ ଉପଯୁକ୍ତ ହାରରେ ଆରଏସିପି ପ୍ରଦାନ କରିବା, କ୍ୟାଡର ପୁନର୍ଗଠନ ହୋଇନଥିବା  ଅଣଇଞ୍ଜିୟନିରିଂ ବିଭାଗରେ  ଡିପ୍ଲୋମା ଇଞ୍ଜିନିୟର ମାନଙ୍କ କ୍ୟାଡର ପୁନର୍ଗଠନ କରାଯିବା, କୃଷି ମେକାନିକାଲ ବିଭାଗ ଇତ୍ୟାଦିରେ ନିଯୁକ୍ତ  ଡିପ୍ଲୋମା ଇଞ୍ଜିନିୟର କ୍ୟାଡରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରିଦିଆଯାଇଛି |  ଓଡିଶା ପି.ଡବ୍ଲୁ.ଡି କୋଡ଼କୁ  ସମ୍ପୁର୍ଣ୍ଣ ଅଣଦେଖା କରି ଡିପ୍ଲୋମା ଇଞ୍ଜିନିୟର ମାନଙ୍କ ପ୍ରତି ଅବହେଳା କରାଯାଇ ଡିଗ୍ରୀ ଇଞ୍ଜିନିୟର ମାନଙ୍କ ପ୍ରତି ଅଧିକ ଅନୁକମ୍ପା ଦେଖାଉଛନ୍ତି । ଯାହାକି, ସରକାରଙ୍କ ଏଭଳି ଅବହେଳା ନୀତି ନିୟମ ଅଣଦେଖା ରାଜ୍ୟର ୮,୫୦୦ ଡିପ୍ଲୋମା ଇଞ୍ଜିନିୟର ମାନଙ୍କୁ ଅତ୍ୟନ୍ତ ମର୍ମାହତ କରିଛି | ସରକାର ତାଙ୍କ ଆଭିମୁଖ୍ୟର ପରିବର୍ତ୍ତନ ନଆଣିଲା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରିରହିବ ବୋଲି ଓଡେଶା(ODESA )  ସୁନ୍ଦରଗଡ ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି | 

Leave A Reply

Your email address will not be published.