ଯୋଗ ଦେଲେ ସୂଚନା ଓ ଲୋକସଂପର୍କ ବିଭାଗର ନୂଆ ନିର୍ଦ୍ଦେଶକ ଶ୍ରୀ ସରୋଜ ସାମଲ

0 2

ବିଭାଗ ରାଜ୍ୟ ସରକାରଙ୍କ ମୁଖପତ୍ର ସଦୃଶ: ନିର୍ଦ୍ଦେଶକ ଶ୍ରୀ ସାମଲ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ଶ୍ରୀ ସରୋଜ କୁମାର ସାମଲ ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତିା
ସୂଚନା ଓ ଲୋକସଂପର୍କ ବିଭାଗ ରାଜ୍ୟ ସରକାରଙ୍କ ମୁଖପତ୍ର ସଦୃଶ | ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକୁ ଏହି ବିଭାଗ ପ୍ରଚାରପ୍ରସାର କରି ସରକାରଙ୍କ ଭାବମୂର୍ତ୍ତି ଗଠନରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତିା ଦଳଗତ କାର୍ଯ୍ୟ ଉପରେ ବିଶ୍ୱାସ କରୁଥିବା ନୂଆ ନିର୍ଦ୍ଦେଶକ ୫-“ଟି’ ମନ୍ତ୍ର ଆଧାରରେ ବିଭାଗର ଗୌରବ ଓ ଗରିମାକୁ ବୃଦ୍ଧି କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲୋ ବିଭାଗର ସମ୍ମିଳନୀ କକ୍ଷରେ ପୁଷ୍ପଗୁଚ୍ଛ ଦେଇ ନୂଆ ନିର୍ଦ୍ଦେଶକଙ୍କୁ ବିଭାଗ ତରଫରୁ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ ସ୍ୱାଗତ କରିଥିବାବେଳେ ବିଦାୟୀ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲାା
ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମମାନଙ୍କରେ ଗଣମାଧ୍ୟମ ପରିଚାଳନାଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏା କୋଭିଡ୍ ସମୟରେ ବିଶେଷ କରି ସେ ସମୟରେ ହୋଇଥିବା ରଥଯାତ୍ରାରେ ବିଭାଗ ଏକନିଷ୍ଠ ହୋଇ କାର୍ଯ୍ୟ କରିଥିଲା, ଯାହାର ସୁଫଳ ରାଜ୍ୟବାସୀ ପାଇଥିଲୋ ପାଖାପାଖି ଦୁଇବର୍ଷର କାର୍ଯ୍ୟକାଳ ମଧ୍ୟରେ ସମସ୍ତଙ୍କଠାରୁ ଅକୁଣ୍ଠ ସହଯୋଗ ପାଇଛି, ଯାହା ସବୁଦିନ ସ୍ମରଣୀୟ ରହିବ ବୋଲି ବିଦାୟୀ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲୋ
ଏହି ଅବସରରେ ଆୟୋଜିତ ସଭାକୁ ସଂଯୋଜନା କରି ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ଏହା ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଶ୍ରୀ ସାମଲ ଜଣେ ଦକ୍ଷ ପ୍ରଶାସକ ରୂପେ ସୁନାମ ଅର୍ଜନ କରିଥିବା ପ୍ରକାଶ କରିଥିଲୋ ସେହିପରି ବିଭାଗର ସୁଦୃଢ଼ୀକରଣ ପାଇଁ ଅନେକ ନୂଆ ପଦକ୍ଷେପ, ବିଶେଷ କରି ନୂଆ ନିଯୁକ୍ତି ପାଇଁ ବିଦାୟୀ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀଙ୍କ ପ୍ରୟାସ ଓ ପଦକ୍ଷେପଗୁଡ଼ିକର ସେ ଭୂୟସୀ ପ୍ରଶଂସା କରିଥିଲୋ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏହି ସଭାରେ ଉପସ୍ଥିତ ଥିଲୋ

Leave A Reply

Your email address will not be published.