ପଦ୍ମପୁର/ଶିବାଶିଷ ପଟ୍ଟନାୟକ :ପଦ୍ମପୁର ଅଂଚଳର ସୁପରିଚିତ ଶିକ୍ଷାବିତ ଡଃ ମାନଭଞ୍ଜନ ପ୍ରଧାନଙ୍କ ଆଜି ସକାଳେ ପଦ୍ମପୁର ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ସ୍ଵର୍ଗତ ପ୍ରଧାନ ଏକାଧାରରେ ରେ ଜଣେ ପ୍ରଧ୍ଯାପକ, ଅଧ୍ଯକ୍ଷ, ସଂଗଠକ, ଭାଷାବିତ୍, ଓ ସୁବକ୍ତା ଥିଲେ l ନୂଆପଡ଼ା ଜିଲ୍ଲା ସ୍ଥିତ ନେସନାଲ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପଦ ଗ୍ରହଣ ସହିତ ଓଡ଼ିଆ ବିଭାଗରେ ନିଜର ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ l ପରେ ପଦ୍ମପୁର ଓ ରାମପୁର ମହାବିଦ୍ୟାଳୟ ରେ ଅଧ୍ୟାପନା ଶେଷ କରି ଅବସର ଗ୍ରହଣ କରିଥିଲେ l ଚାକିରୀ ରୁ ଅବସର ପରେ ପଦ୍ମପୁର ନିକଟସ୍ଥ ଜମଲା ଡିଗ୍ରୀ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଦାୟିତ୍ଵ ତୁଲାଇଥିଲେ। ସାହିତ୍ୟ ର ବିକାଶ ପାଇଁ ପଦ୍ମପୁର ରେ ସେ ଗୁରୁ ପ୍ରକାଶନୀ ନାମକ ଏକ ସଂସ୍ଥା ଗଠନ କରି ଥିଲେ l ସ୍ଵର୍ଗତ ପ୍ରଧାନ ଜଣେ ମେଳାପି ମଣିଷ ଥିଲେ l ମୃତ୍ୟୁ ବେଳକୁ ତାଙ୍କ ବିଧବା ପତ୍ନୀ, ତିନି ପୁଅ, ଝିଅ ଓ ଜୋଇଁ, ନାତି ଓ ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ସନ୍ଧ୍ଯା ରେ ପଦ୍ମପୁର ନିକଟସ୍ଥ ନିଜ ଗ୍ରାମ ସତୀଉଟା ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଜ୍ୟୈଷ୍ଠ ପୁତ୍ର ଆର୍ଯ୍ୟ ମୁଖାଗ୍ନି ଦେଇଥିଲେ। ସ୍ଵର୍ଗତ ପ୍ରଧାନ ଙ୍କ ମୃତ୍ୟୁ ରେ ପଦ୍ମପୁର ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି l
Sign in
Sign in
Recover your password.
A password will be e-mailed to you.