ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ଅକାଂକ୍ଷା” ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ମହାବିଷୁବ ମିଳନ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି।
ଏହି ଅବସରରେ “ଆକାଂକ୍ଷା” ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭବରେ ବରିଷ୍ଠ ଐତିହାସିକ ଓ ଗବେଷକ ଉପାନ୍ତ ପ୍ରହରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ଡ. ଚନ୍ଦ୍ରଶେଖର ସାହୁ , ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତା , ବିନୋଦ ଚନ୍ଦ୍ର ଜେନା ଯୋଗଦେଇ ଭାଷା , ସାହିତ୍ୟ ଓ ସଂସ୍କୃତି ଉପରେ ବିଷଦ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ କରାଯିବା ପରେ ଶ୍ରୀମତୀ ନିବେଦିତା ପଟ୍ଟନାୟକ ଅତିଥି ମାନଙ୍କୁ ମଞ୍ଚାସୀନ ହେବା ପାଇଁ ସ୍ଵାଗତ ଜଣାଇଥିଲେ ଏବଂ ସରିତା ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି ଅବସରରେ ଅଧ୍ୟାପିକା ଡ. କଲ୍ୟାଣୀ ମିଶ୍ରଙ୍କ କବିତା ସଂକଳନ “ମଳିନ ବସନ୍ତ” ଲୋକାର୍ପଣ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ଯ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କୁ “ଅକାଂକ୍ଷା” ତରଫରୁ ସାହିତ୍ୟିକା ଶ୍ରୀମତୀ ସରୋଜିନୀ ସାହୁଙ୍କୁ ସିଦ୍ଧାନ୍ତ ତରଫରୁ ସମ୍ଵର୍ଦ୍ଧନା କରାଯାଇଥିଲା।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଅଧିବକ୍ତା ଇତିଶ୍ରୀ ମହାପାତ୍ର ଓ ଅଧ୍ୟାପିକା ବରଦା ଆଚାର୍ଯ୍ୟ ପରିଚାଳନା କରିଥିଲେ। ପରବର୍ତ୍ତୀ ସମୟରେ ସଂଗଠନର ସମ୍ପାଦିକା ଶ୍ରୀମତୀ ମୀନା କୁମାରୀ ଟହଲ , ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ , ଡ. କଲ୍ଯାଣୀ ମିଶ୍ରଙ୍କ ସଂଯୋଜନାରେ କବିତା ଆସରର ଆୟୋଜନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମକୁ ଶରତ ଚନ୍ଦ୍ର ସାହୁ , ତ୍ରିପତି ପଣ୍ଡା , ମୁରଲୀ ପରିଚ୍ଛା , ବିଷ୍ନୁ ପଣ୍ଡା , ଅନୁଶ୍ରୀ ପଟ୍ଟନାୟକ ପରିଚାଳନାରେ ସହଯୋଗ କରିଥିଲେ। ସର୍ବଶେଷରେ ସୁନୀତା ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.