ସୁଦର୍ଶନ  ହେଲେ ଓଡ଼ିଶା ଲଳିତ କଳା ଏକାଡେମୀ ସଭାପତି

0

ଭୁବନେଶ୍ୱର: ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଭାବରେ ଅବସ୍ଥାପିତ ହୋଇଛନ୍ତିା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତିା ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ସଦସ୍ୟ ହେବା ପରେ ଏକାଡେମୀର ସଭାପତି ପଦବୀ ଖାଲି ରହିଥିଲା `| ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୧୯୭୭ ଅପ୍ରେଲ ୧୫ ତାରିଖରେ ପୁରୀ ସହରରେ ଜନ୍ମଗ୍ରହଣ କରିଥିଲୋ ବାଲୁକା ଶିଳ୍ପୀ ଭାବରେ ସେ ଆଜୀବନ ବ୍ରତୀ ଅଛନ୍ତିା ସେ ପ୍ରାୟ ୫୦ରୁ ଉର୍ଧ୍ଵ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀରେ ପ୍ରତିନିଧିତ୍ୱ୍ୱ  କରିଛନ୍ତି ଓ ପୁରସ୍କୃତ ହୋଇଛନ୍ତିା ଋଷିଆ, ବୁଲଗେରିଆ,ମାଲେସିଆ, ସିଙ୍ଗାପୁର, ମେକ୍ସିକୋ, ଜାପାନ, ତୁରସ୍କ, ଜର୍ମାନୀ, କାନାଡ଼ା, ଫ୍ରାନ୍ସ, ନେଦରଲାଣ୍ଡ ଓ ଇଟାଲୀ ଇତ୍ୟାଦି ଦେଶମାନଙ୍କରେ ଆୟୋଜିତ ବିଶ୍ୱସ୍ତରୀୟ ବାଲୁକାକଳା ପ୍ରଦର୍ଶନୀରେ ସୁଦର୍ଶନଙ୍କ ସ୍ୱାକ୍ଷର ପ୍ରଶଂସିତ ହୋଇଛିା ରାଜ୍ୟ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସାଡର ଭାବରେ କାର୍ଯ୍ୟ କରିବା ସହିତ ବିଭାଗ ଆନୁକୂଲ୍ୟରେ କିଛି ବର୍ଷ ଧରି ଆୟୋଜିତ ହେଉଥିବା ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀର ସେ ନେତୃତ୍ୱ ନେଉଛନ୍ତିା ନବକଳେବର ସମେତ ମେକ୍ ଇନ୍ଓ ଡ଼ିଶା ପରି କାର୍ଯ୍ୟକ୍ରମରେ ତାଙ୍କ କଳାକୃତି ପ୍ରଦର୍ଶିତ ହୋଇଛିା ସେ ୨୦୧୪ରେ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ହୋଇଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ  ପାଇଛନ୍ତି |

Leave A Reply

Your email address will not be published.