ପ୍ରୋଜେକ୍ଟ କିରଣ ଲୋକାର୍ପିତ

0 3

ଭୁବନେଶ୍ବର,୧୭/୪: ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସିଲ୍‌ଭର୍‌ ଲାଇନ୍’ ପକ୍ଷରୁ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ କିରଣ’ ଲୋକାର୍ପିତ ହୋଇଯାଇଛି। ‌‌ହୋ‌ଟେଲ୍‌ ମେ’ ଫେୟାର୍‌ରେ ଆୟୋଜିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ସାଂସଦ ସୁଲତା ଦେଓ, ଟିମ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର, ସମାଜସେବୀ ମୀରା ପରିଡ଼ା ଓ ସ୍ତମ୍ଭକାର ପ୍ରହ୍ଲାଦ ସିଂହ ପ୍ରମୁଖ ଯୋଗଦେଇ ସାମାଜିକ ‌କ୍ଷେତ୍ରରେ କୋଭିଡ୍‌ ପରର ସ୍ଥିତି ସମ୍ପର୍କ‌ରେ ଆଲୋଚନା କରିଥିଲେ। ଏହି ଅବସରରେ ତୃଣମୂଳ ସ୍ତରରେ କାମ କରୁଥିବା ସାମାଜିକ କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସୂଚନାଯୋଗ୍ୟ, ପ୍ରୋଜେକ୍ଟ କିରଣ କଟକ ଜିଲ୍ଲାରୁ ବିଧିବଦ୍ଧ ଭାବେ ଆରମ୍ଭ କରାଯିବ। ଏକ ଆଦିବାସୀ ଗ୍ରାମ ବାଞ୍ଜିଆମର ପିଲାମାନଙ୍କୁ ଶିକ୍ଷା ମାଧ୍ୟମରେ ସଶକ୍ତ କରାଯିବା ସହ ତାଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରାଯିବ ବୋଲି ସିଲ୍‌ଭର୍‌ ଲାଇନ୍‌ର ପ୍ରତିଷ୍ଠାତା ତଥା ସିଇଓ ବୈଶାଖୀ ମହାନ୍ତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.