ଭୁବନେଶ୍ୱର : ୧୬ ବର୍ଷ ପୁଲିସ୍ କନେଷ୍ଟବଳ ଚାକିରୀ କରିବାପରେ ଓଡ଼ିଶା ମୁକ୍ତ ବିଦ୍ୟାଳୟରେ ଶିକ୍ଷା ଲାଭ କରି ଡୁଙ୍ଗୁରିପାଲି ବ୍ଲକର ଶ୍ରୀରାମ ଡିଗ୍ରୀ କଲେଜରେ ଓଡ଼ିଆ ଅଧ୍ୟାପକ ଭାବେ ନିଯୁକ୍ତି ପାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଲମ୍ବୋଦର ପ୍ରଧାନ। ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ଶିକ୍ଷାଲାଭ କରିଥିବା ଲମ୍ବୋଦରଙ୍କ ଏହି ସଫଳତାକୁ ଗତକାଲି ଅନୁଷ୍ଠିତ ଏକ ଉଚସ୍ତରୀୟ ବୈଠକରେ ପ୍ରଶଂସା କରିଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଏବଂ ଉନ୍ନୟନ କମିଶନର ଅନୁ ଗର୍ଗ | ଏହା ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରେରଣାଦାୟକ ହୋଇଛି ବୋଲି ପ୍ରକାଶ କରିଥିଲେ ।
ପ୍ରକାଶ ଯୋଗ୍ୟଯେ, ଶ୍ରୀ ପ୍ରଧାନ ୨୨ ଡିସେମ୍ବର ୨୦୦୨ ରେ ପୁଲିସ କନେଷ୍ଟବଳ ଭାବେ ଚାକିରୀ ଜୀବନ ଆରମ୍ଭ କରି ଦୀର୍ଘ ୧୬ ବର୍ଷ ପରେ ଓଡ଼ିଶା ମୁକ୍ତ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ ପରେ କୃତକାର୍ଯ୍ୟ ହୋଇ ନେଟ୍ ଯୋଗ୍ୟତା ହାସଲ ପୂର୍ବକ ଅଧ୍ୟାପକ ଭାବରେ ଲମ୍ବୋଦର ଯୋଗଦାନ କରିଛନ୍ତି, ଯାହାକି ଚର୍ଚ୍ଚାର ବିଷୟ ହୋଇଛି । ସେହିପରି ଚଳିତ ବର୍ଷ ଏହି ବିଶ୍ୱବିଦ୍ୟାଳୟରୁ ଅରୂପାନନ୍ଦ ରାଉତ, ଲକ୍ଷ୍ମୀନାରାୟଣ ମାଝି, ପ୍ରଭାତୀ ଧଳ, ଦେବାଶିଷ ଦାଶ, ସଂଯୁକ୍ତା ମହାନ୍ତି, ଅନିତା ବେହେରା ଓ ସୂଜାତା ସେଠୀ ପ୍ରମୁଖ ନେଟ୍ରେ କୃତକାର୍ଯ୍ୟ ହୋଇ ଅଧ୍ୟାପକ ଓ ଜୁନିଅର ରିସର୍ଚ୍ଚ ଫେଲୋସିପ୍ ଯୋଗ୍ୟତା ହାସଲ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.