ବାଲେଶ୍ୱର ଏସଟିପିଆଇ କେନ୍ଦ୍ର ପରିଦର୍ଶନ କଲେ ଆଇଟି ଉପଦେଷ୍ଠା ଅନୁଭବ ପଟ୍ଟନାୟକ

0

ବାଲେଶ୍ୱର,- ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟା ଶ୍ରୀ ଅନୁଭବ ପଟ୍ଟନାୟକ ଦୁଇଦିନିଆ ବାଲେଶ୍ୱର ଗସ୍ତରେ ଆସି ଏଠାକାର ଏସଟିପିଆଇ କେନ୍ଦ୍ର ପରିଦର୍ଶନ କରିଛନ୍ତି l
ଏହି ଅବସରରେ ଶ୍ରୀ ପଟ୍ଟନାୟକ ଅନୁଷ୍ଠାନର ମୁଖ୍ୟ ସୂର୍ଯ୍ୟ କୁମାର ପଟ୍ଟନାୟକଙ୍କ ସହ ବିସ୍ତୃତ ଆଲୋଚନା କରି ସମସ୍ତ ବ୍ୟବସ୍ଥାର ଉପଯୋଗିତା ଏବଂ ଆଗକୁ ହେବାକୁ ଥିବା ଭିତ୍ତିଭୂମିର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ l ଏହା ରାଜ୍ୟର ଚତୁର୍ଥ ଏସଟିପିଆଇ କେନ୍ଦ୍ର ଯାହାକି ଉତ୍ତର ଓଡିଶାର ଆଇଟି ହବ ରୂପେ ପରିଣତ କରିବାରେ ଶ୍ରେଷ୍ଠ କେନ୍ଦ୍ର ହୋଇପାରିବ l ଏହି ଲକ୍ଷ୍ୟ ନେଇ ରାଜ୍ୟସରକାରଙ୍କ ସମସ୍ତ ପ୍ରଚେଷ୍ଟାକୁ ସାକାର କରିବା ସହ ଆଇଟି କ୍ଷେତ୍ରର ଅଧିକ ଉନ୍ନତିକରଣ ଦିଗରେ କାର୍ଯ୍ୟ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଉପସ୍ଥିତ ବିଭିନ୍ନ ଆଇଟି କମ୍ପାନୀର ଅଧିକାରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶାର ନେତୃତ୍ୱକୁ ସୁଦୃଢ଼ କରିବାରେ ଏସଟିପିଆଇର ଭୂମିକାକୁ ଶ୍ରୀ ପଟ୍ଟନାୟକ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.