ଭୁବନେଶ୍ୱର:ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଜ୍ଜୟିନୀର ଶ୍ରୀମୌନତୀର୍ଥ ପୀଠରେ ସ୍ଥାପିତ ନନ୍ଦିଘୋଷ ରଥ ଚକର ଲୋକାର୍ପଣ କରିଛନ୍ତିା ରାଜ୍ୟପାଳଙ୍କ ବ୍ୟକ୍ତିଗତ ଆଗ୍ରହ କ୍ରମେ ଏହା ସ୍ଥାପିତ ହୋଇଛିା ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ଅନ୍ଲାଇନ୍ରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷର ମହାତ୍ମ୍ୟ ରହିଛିା ଶ୍ରୀନନ୍ଦିଘୋଷ ରଥଚକ ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ କୃପା ଅନେକଙ୍କୁ ପ୍ରାପ୍ତ ହେବ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଦର୍ଶନର ବ୍ୟାପକ ପ୍ରଚାର ହୋଇପାରିବା ଉଜ୍ଜୟିନୀର ମହାକାଳ ଚକ୍ର ଓ ନନ୍ଦିଘୋଷ ରଥଚକ୍ର ହେଉଛି ହରି ଓ ହରଙ୍କ ପବିତ୍ର ଶାଶ୍ୱତ ଲୀଳାର ଅଂଶବିଶେଷା
ଉଜ୍ଜୟିନୀରେ ଅନୁଷ୍ଠିତ ଉତ୍ସବରେ ଶ୍ରୀଧୀରଗୌର ପ୍ରଭୁଜୀ ମହାରାଜ, ଶ୍ରୀସ୍ୱାମୀ ଆନନ୍ଦ ଜୀବନ ଦାସଜୀ ମହାରାଜ, ଶ୍ରୀ କୈଳାଶ ବିିଜୟବର୍ଗୀୟ, ମଧ୍ୟପ୍ରଦେଶର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ମୋହନ ଯାଦବ, ସାଂସଦ ଅନୀଲ ଫିରୋଜିୟା ପ୍ରମୁଖଙ୍କ ସମେତ ବହୁ ସାଧୁସନ୍ଥ ଉପସ୍ଥିତ ଥିଲୋ