ବାସୁଦେବପୁର କିଛିଦିନ ଧରି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳ ରେ ଲଗାତାର ଚୋରି ଘଟଣା ବାସୁଦେବପୁର ପୋଲିସ ର ମୁଣ୍ଡ ବ୍ୟଥା ର କାରଣ ସାଜିଥିଲା। ବିଭିନ୍ନ ବାଣିଜ୍ୟ ପ୍ରତିଷ୍ଠାନ ଓ ଘରେ ପଶି ସୁନାଗହଣା, ଲାପଟପ୍, ମୋବାଇଲ ଆଦି ଚୋରିକରି ଖସିଯାଉଥିବା ଘଟଣା ପୋଲିସ ପାଇଁ ଚାଲେଞ୍ଜ ଥିଲା। ଗତ ଜାନୁଆରୀ ମାସ 13 ତାରିଖ ଦିନ ବେତଡ଼ାବଜାର ରେ ଥିବା ଗଜେନ୍ଦ୍ର ମାର୍କେଟକମ୍ପ୍ଲେକ୍ସ ରେ ଥିବା ବସନ୍ତ କୁମାର ଘଡେ଼ଇ ଙ୍କ ମୋବାଇଲ ଦୋକାନ ରେ ବଡ଼ ଧାରଣ ର ଚୋରି ହେବା ପରେ ସେ ବାସୁଦେବପୁର ଥାନା ରେ ଏନେଇ ଅଭିଯୋଗ କରିଥିଲେ। ବାସୁଦେବପୁର ପୋଲିସ 24/23 କେସ ନଂ ରେ ଏକ ମାମଲା ରଜ୍ଜୁ କରି ତଦନ୍ତ ଆରମ୍ଭ କରିବା ପରେ ଏହି ଡ଼କାୟତି ଘଟଣା ର ଚେର ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବି ଥିବାର ସୂଚନା ପାଇଥିଲା। ଭଦ୍ରକ ଏସପି, ବାସୁଦେବପୁର ଏସ୍.ଡ଼ି.ପି. ଓ ଥାନାଧିକାରିଣୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ତଦନ୍ତକାରୀ ଅଧିକାରୀ ଡି.ଏମ.ବଡ଼ଜେନା, ଏସ୍. ଆଇ ସୂର୍ଯ୍ୟକାନ୍ତ ମହାନ୍ତି ଓ ଭଦ୍ରକ ସାଇବର ସେଲ ର ଅଧିକାରୀ ମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଆନ୍ତଃରାଜ୍ୟ ଡକାୟତଙ୍କୁ ପଶ୍ଚିମବଙ୍ଗ ର ମେଦିନାପୁର ଅଞ୍ଚଳ ରୁ ଧରିବା ପରେ ଆଜି ଡକାୟତ ଦଳର ମୁଖ୍ୟ ଦିଲୀପ ଦାସ ଓରଫ୍ ଲାଲା ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ 3 ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ସେମାନଙ୍କ ଠାରୁ ବିପୁଳ ସଂଖ୍ୟାରେ ସ୍ମାର୍ଟଫୋନ ଓ ଟାବଲେଟ୍ ଜବତ କରାଯାଇଛି। ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏହା ବାସୁଦେବପୁର ପୋଲିସ ର ଏକ ବଡ଼ ସଫଳତା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।
Sign in
Sign in
Recover your password.
A password will be e-mailed to you.