ରାଉରକେଲା ଯୁବ ଜନତା ଦଳ ପକ୍ଷରୁ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଅନୁକୂଲ୍ୟରେ ରକ୍ତ ଦାନ ଶିବିର ।

0

ରାଉରକେଲା, (ବସନ୍ତ କୁମାର ଜେନା):- ସରକାରୀ ଡାକ୍ତରଖାନାର ରକ୍ତ ଭଣ୍ଡାର ର ରକ୍ତ ସଙ୍କଟକୁ ମେଣ୍ଟାଇବା ପାଇଁ ରାଉରକେଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ବିଭୁତି ପୁହାନଙ୍କ ନେତୃତ୍ବରେ,ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ଓଡିଶା ମୋ ପରିବାରଓ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଏକ ମେଘା ରକ୍ତ ଦାନ ଶିବିର ଅନୁଷ୍ଟିତ ହୋଇଯାଇଛି । ଉକ୍ତ ଶିବିରକୁ ରାଉରକେଲା ର ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ,ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ଉଦ୍ଘାଟନ କରି ତାଲିମ ନେଉଥିବା,ତଥା ରକ୍ତଦାନ କରୁଥିବା ଛାତ୍ର,ଛାତ୍ରୀ ମାନଙ୍କୁ ଉଚ୍ଛାହିତ କରିବା ସଙ୍ଗେସଙ୍ଗେ ଅନୁଷ୍ଠାନର ଅଧକ୍ଷ,ତଥା ସହଯୋଗ କରିଥିବା ଶିକ୍ଷକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଉପସ୍ଥିତ ଥିବା ରକ୍ତ ଭଣ୍ଡାର କର୍ମଚାରୀ ମାନଙ୍କୁ ମଧ୍ୟ ମୁଖ୍ୟ ଅତିଥି ତାଙ୍କର କର୍ତବ୍ୟନିଷ୍ଠା ପାଇଁ ସାଧୁବାଦ ଜଣାଇଥିଲେ । ସମସ୍ତଙ୍କ ସହଯୋଗରେ ୨୦୧ ଇଉନିଟ ରକ୍ତ ସଂଗ୍ରହ କରଯାଇଥିଲା । କ।ର୍ଜ୍ୟକ୍ରମରେ ନଗର ସଭାପତି ଗଗନ ପଣ୍ଡା,ମୁଖପାତ୍ର ଜୟନ୍ତ କୁମାର ମିଶ୍ର,ବରିଷ୍ଠ ନେତା ସୁଦାମ ଦାଶ,ଶ୍ରୀଚରଣ ମହାନ୍ତି, ଜୋନ ମହିଳା କ।ର୍ଜକାରୀ ସଭାନେତ୍ରୀ ସନ୍ଧ୍ଯା ରାଣୀ ଲ।କ୍ରା, ଅନ୍ୟତମ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସୁବାସ ସ୍ଵାଇଁ, ଯୁବସଭାପତି ସୁଶାନ୍ତ ରାଉତ, ରାଜ୍ୟ ଛାତ୍ର ସମ୍ପାଦକ ଡି ଅଭିକ କୁମାର,ଛାତ୍ର ସଭାପତି ର।ଣ।ପ୍ରତାପ ସିଂହ,ଯୁବନେତା ସଞ୍ଜୟ ସାମଲ,ଦିଲ୍ଲୀପ ସାମଲ,ବିରାଞ୍ଚି ସାମଲ, ମିନତୀ ଜେନା, ଶ୍ଯାମସୁନ୍ଦର ପଣ୍ଡା ଉପସ୍ଥିତ ରହି ରକ୍ତ ଦାତାମାନଙ୍କୁ ଉଛ।ହିତ କରିଥିଲେ ।

Leave A Reply

Your email address will not be published.