ସୀମାନ୍ତ ଅଞ୍ଚଳ ରେ ଜଗଦଳପୁର ପୋଲିସ ର ନୁଆମନ ନୁଆ ସପନ କାର୍ଯ୍ୟକ୍ରମ

0

ଝାରବନ୍ଧ -ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସୀମାନ୍ତ ଅଞ୍ଚଳ ଲହଡ଼ିପୁର, ଗୁଞ୍ଚାଡିହି ଗ୍ରାମ ବାସି ଙ୍କୁ ନେଇ ପୋଲିସ ପକ୍ଷ ରୁ ନୁଆମନ ନୁଆ ସପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ବରଗଡ଼ ଏସ ପି ପ୍ରହଲ୍ଲାଦ ସହିଷ ମିନା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଅଞ୍ଚଳ ବାସି ପୋଲିସ କୁ ସହଯୋଗ କରିବାକୁ ନିବେଦନ କରିଥିଲେ l ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଭୁତି ଭୂଷଣ ଭୋଇ, ଥାନା ଅଧିକାରୀ ସୁଷମା କୁଅଁର, ସରପଞ୍ଚ ଉପାସି ନାୟକ ଯୋଗଦାନ କରିଥିଲେ l ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟ୍ୟ ରେ ଉତ୍ତମ ସମ୍ପର୍କ ରଖିବା ନିତାନ୍ତ ଆବଶ୍ୟକତା ରହିଛି l କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସାଙ୍ଗେ ସାଙ୍ଗେ ପୋଲିସ କୁ ବିନା ଭୟ ରେ ସୂଚନା ଦେବାକୁ ଏସ. ଡି ପି.ଓ ଶ୍ରୀ ଭୋଇ ଉପସ୍ଥିତ ଥିବା ଗ୍ରାମ ବାସି ଙ୍କୁ ପରାମର୍ଶ ଦେଇଥିଲେ l ଅନ୍ୟାୟ ଅନୀତି ଦୁର୍ନୀତି ଓ ଅସତ୍ୟ ର ଆଶ୍ରୟ ର ନେଉଥିବା ଲୋକେ ହି ପୋଲିସ କୁ ଭୟ କରିଥାନ୍ତି ବୋଲି ଶ୍ରୀମତୀ କୁଅଁର ପ୍ରକାଶ କରିଥିଲେ l ଏହି ଅବସର ରେ ଗ୍ରାମ ର ବୃଦ୍ଧ ବୃଦ୍ଧା, ଛାତ୍ର ଛାତ୍ରୀ ଓ ଅସହାୟ ଙ୍କୁ କମ୍ବଳ, ଶାଢ଼ୀ, ଟର୍ଚ୍ଚ, କ୍ରିକେଟ ଉପକରଣ, ପାଠ୍ୟ ଉପକରଣ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା l ସ୍ୱାସ୍ଥ୍ୟ ଶିବିର ରେ ଡ଼ା ସୁଦୀପ୍ତ ସାହୁ, ଫାର୍ମାସିଷ୍ଟ ଦୋଳଗୋବିନ୍ଦ ସେଠ, ଗୌରଚନ୍ଦ୍ର ପ୍ରଧାନ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ରେ ଔଷଧ ବଣ୍ଟନ କରିଥିଲେ l
ବରଗଡ଼ ଆର ଓ ନିରାକାର ତାଣ୍ଡି ଓ ସହକର୍ମୀ ଜଗଦଲପୁର ଏ ଏସ ଆଇ ପ୍ରଦୀପ ପାଣି, ହାବିଲଦାର ଜିତେନ୍ଦ୍ର ଦାଶ ଓ ଗ୍ରାମବାସୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

Leave A Reply

Your email address will not be published.