ପୋଲିସ ପ୍ରଶାସନ ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

0
  • ପୋଲିସ ସହିତ ଜନସାଧାରଣଙ୍କର ମଧ୍ୟରେ ସୁସମ୍ପର୍କକୁ ଗୁରୁତ୍ୱ

  • ସାଇବର କ୍ରାଇମ କୁ ନେଇ ବିସ୍ତୃତ ଆଲୋଚନା

ବରଗଡ : ବରଗଡ ଜିଲ୍ଲା ପାଇକମାଳ ସ୍ଥିତ ନୃସିଂହନାଥ ଧର୍ମଶାଳା ପୋଲିସ ବିଭାଗ ଦ୍ଵାରା ପରିଚାଳିତ ଆମ ପୋଲିସ କାର୍ଯ୍ୟକ୍ରମ ମାଧ୍ୟମରେ ର ଏକ ସଚେତନତା ଶିବିର ଅୟୋଜନ କରାଯାଇଥିଲା । ପାଇକମାଲ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇ ଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଏହି କାର୍ଯ୍ୟକ୍ରମ ରେ ପାଇକମାଳ ଅଂଚଳର ରାଜନୈତିକ ବ୍ୟକ୍ତି , ସ୍ବେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା , ବଣିକ ସଙ୍ଘ , ନାଗରିକ କମିଟି ର ସଭ୍ୟ ଙ୍କର ସମେତ ସମ୍ବାଦିକ ବନ୍ଧୁ ମନେ ବ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରେ ଥାନା ଅଧିକାରୀ ଶ୍ରୀ ବଢେଇ ସାଇବର କ୍ରାଇମ ଦ୍ୱାରା କିପରି ଲୋକେ ଠକାମିର ଶିକାର ହେଉଥିବା ବାବଦରେ ଅବଗତ କରେଇବା ସହିତ ଏଥିପ୍ରତି ସତର୍କ ରହିବା କୁ ଓ ଆବଶ୍ୟକ ସ୍ଥଳେ ପୋଲିସ ର ସହାୟତା ନେବାକୁ କହିଥିଲେ , ପୋଲିସ କୁ ସହଯୋଗ କରି ଓ ପୋଲିସ ସହିତ ସୁ ସର୍ମ୍ପକ ରଖି ସମାଜରୁ କ୍ରାଇମ କୁ କଣ୍ଟ୍ରୋଲ କରିବା ପାଇଁ ପୋଲିସ କୁ ସହଯୋଗ କରିବା ପାଇଁ କହିଥଲେ । ଆବଶ୍ୟକତା ମୁତାବକ ଲୋକେ ଯେ କୌଣସି ସମୟରେ ପୋଲିସର ସାହାଯ୍ୟ ନେଇ ପରିବେ, ବ୍ୟାଙ୍କ ଓ ଏଟିଏମରୁ ଟଙ୍କା ଉଠାଇଲା ବେଳେ ସର୍ତକତା ଅବଲମ୍ବନ କରିବା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ଥାନା ଅଧିକାରୀ । ସଭାରେ ରାମ ରତନ ପୁରୋହିତ, ରାଜେନ୍ଦ୍ର ରାଉତ, ମନୋଜ ତ୍ରିବେଦୀ, ରାଜ କିଶୋର ସାହୁ, ସରୋଜ ସାମଲ, ଦିଲ୍ଲିପ ଅଗ୍ରୱାଲ, ବଡ ସତପଥୀ, ପ୍ରମୁଖ ପାଇକମାଳ ଅଞ୍ଚଳ ର ସମସ୍ୟା ଉପରେ ଆଲୋକ ପାତ କରିଥିଲେ । ଏସଆଇ ପଞ୍ଚାନନ ଖୁଆସ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.