16 ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ କୁ ପ୍ରଦାନ କଲେ ବେଟ୍ରି ଗାଡି
ବରଗଡ :- ଉନ୍ନତି ଓ ବିକାଶ ପଥରେ ବରଗଡ଼ ଜିଲ୍ଲାର ଭଟଲି ନିର୍ବାଚନ ମଣ୍ଡଳୀ କ୍ଷିପ୍ର ଗତିରେ ଆଗେଇ ଚାଲିଛି । ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ବଳିଷ୍ଠ ନେତୃତ୍ୱ ଓ ତାଙ୍କର ଉନ୍ନୟନ ମୂଳକ କାର୍ୟ୍ଯ ପ୍ରତି ରହିଥିବା ପ୍ରୟାସ କାରଣ ରୁ ଭଟଲି ନିର୍ବାଚନ ମଣ୍ଡଳୀର ବିକାଶ ଆଜି ନିର୍ବାଚନ ମଣ୍ଡଳୀର ସବୁଆଡେ ଦେଖିବାକୁ ମିଳୁଛି । ନିର୍ବାଚନ ମଣ୍ଡଳୀର ଲୋକଙ୍କ ଆର୍ଥିକ ସ୍ୱଚ୍ଛଳତା ପାଇଁ ବିକାଶର ଅନେକ ପ୍ରୋଜେକ୍ଟ ଉପରେ କ୍ରମାଗତ ଭାବରେ କାମ ଚାଲିଛି । ବିଜୁ ଏକ୍ସପ୍ରେସ ୱେ ହେଉ କି ବାର ପାହାଡ ର ଇକୋ ଟୁରୀଯମର ନିର୍ମାଣ ସହିତ ଡେବ୍ରିଗଡ଼ ଅଭୟାରଣ୍ୟ ର ବିକାଶ । ସବୁ କ୍ଷେତ୍ରରେ ଲୋକଙ୍କ ଆର୍ଥିକ ବିକାଶ କୁ ପ୍ରଧାନ୍ୟ ଡିଆ ଯାଇଛି । ମୁଖ୍ୟତଃ ରାଜ୍ୟ ସରକାରଙ୍କ ନୀତି ଅନୁସାରେ ମହିଳା ମାନଙ୍କୁ କିଭଳି ଭାବରେ ସ୍ୱାବଲମ୍ବୀ କରାଯାଇ ପାରିବ ସେଥିପ୍ରତି ବିଧାୟକ ଶ୍ରୀ ସିଂ ଙ୍କର ସ୍ୱତନ୍ତ୍ର ଫୋକସ ରହିଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛି ମାସ ପୂର୍ବରୁ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମାନ୍ୟବର ବିଧାୟକ ଶ୍ରୀ ସିଂ ଚାରି ଗୋଟି ଟ୍ରାକ୍ଟର ପ୍ରଦାନ କରିଥିଲେ , ପରବର୍ତ୍ତୀ ସମୟରେ ଏହାର ସୁଫଳ ମଧ୍ୟ ଦେଖିବାକୁ ମିଳିଛି । ଏହିକ୍ରମରେ ଆଜି ଭଟଲି ବ୍ଲକ ର ଷୋହଳ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ ର ମାଆ ମାନଙ୍କୁ ବିଧାୟକ ଶ୍ରୀ ସିଂ ଙ୍କର ଦ୍ୱାରା 16 ଗୋଟି ବେଟ୍ରି ଚାଳିତ ଡାଲା ଗାଡି ପ୍ରଦାନ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀର ମାଁ ମାନଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ଗାଡି ସାହାଯ୍ୟ ରେ ପରିବେଶ କୁ ସ୍ୱଚ୍ଛ ଓ ନିର୍ମଳ କରାଯାଇ ପାରିବ । ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ରହିଥିବା କମ୍ପୋଷ୍ଟ ପିଟ ରୁ ଏହି ଗାଡି ସାହାଯ୍ୟ ରେ ନିୟମିତ ଭାବରେ ଆବର୍ଜନା ସଂଗ୍ରହ କରାଯାଇ ସ୍ଥାନାନ୍ତର କରାଯିବା ଦ୍ୱାରା ଗ୍ରାମାଞ୍ଚଳ ର ପରିବେଶ କୁ ସ୍ୱଚ୍ଛ ରଖାଯାଇ ପାରିବ । ଏହି ବାବଦରେ ବେଟ୍ରି ଗାଡି ପରିଚାଳନା କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ କୁ ନିର୍ଦ୍ଧାରିତ ପ୍ରାପ୍ୟ ପଞ୍ଚାୟତ ମାଧ୍ୟମରେ ପ୍ରଦାନ କରାଯିବ । ପ୍ରଥମ ଥର ପାଇଁ ବରଗଡ଼ ଜିଲ୍ଲାର କୋଣସି ବ୍ଲକ ରେ ଏହିଭଳି ବେଟ୍ରି ଚାଳିତ ଗାଡି ପ୍ରଦାନ କରାଯିବା ପ୍ରଥମ । ଗ୍ରାମାଞ୍ଚଳ ର ସ୍ୱଚ୍ଛତା ପାଇଁ ମାନ୍ୟବର ବିଧାୟକ ଙ୍କର ଏହି ପ୍ରୟାସ ର ଚାରିଆଡେ ଖୁବ ପ୍ରଶଂସା କରା ଯାଉଛି ।