ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନିକଟରେ ନବାନ୍ନ ଅର୍ପଣ 

0

 Bargarh /Gouranga charan Dash :- ଆଜି ସମଗ୍ର ପଶ୍ଚିମ ଓଡିଶା ଉତ୍ସବ ମୁଖର। ଆଜି ପବିତ୍ର ନୂଆଖାଇ (ନବାନ୍ନ) । ଯିଏ ଯେଉଁଠି ଥିଲେ ବି ଆଜି ଆସି ସମସ୍ତେ ପହଞ୍ଚି ଯାଆନ୍ତି ନିଜ ଗାଁ ଓ ଘରେ ଗ୍ରାମବାସୀ ଓ ପରିବାର ଲୋକଙ୍କ ଗହଣରେ ଏକାଠି ନୂଆ ଖାଇବାକୁ। ସବୁ ଆଡେ ଖୁସିର ମାହୋଲ। 

    ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ବାବାଙ୍କର ପୀଠରେ ଆଜି ମନ୍ଦିରର ପରମ୍ପରା ଓ ନୀତି ନିୟମ ଅନୁସାରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା ନବାନ୍ନ ଭୋଗ । ଏଥିପାଇଁ ସକାଳୁ ମନ୍ଦିର କର୍ମକର୍ତ୍ତା  ଓ ସେବାୟତ ମାନେ ଲାଗିପଡିଥିଲେ ନିଜ ନିଜ କର୍ମରେ ମହାପ୍ରଭୁଙ୍କ ନବାନ୍ନ ନୀତି କୁ ସୁଚାରୁ ରୁପେ ପରିଚାଳନ କରିବା ପାଇଁ । କୂଳପୁରୋହିତ ସୁନୀଲ କୁମାର ପୁରୋହିତ ବହୁ ପୂର୍ବରୁ ନବାନ୍ନ ର ସମୟ ନିର୍ଘଣ୍ଟ ପ୍ରସ୍ତୁତ କରିଥିଲେ। ନିର୍ଧାରିତ ସମାୟାନୁସାରେ  ମହାପ୍ରଭୁ ଙ୍କର ନୀତି ଆରମ୍ଭ ହେଇଥିଲା । କୁଳ ପୁରୋହିତ ସୁନୀଲ ପୁରୋହିତଙ୍କର ପୌରହିତ୍ୟରେ ସୁଜ୍ଞାତ ତ୍ରିପାଠୀ ,ସିଦ୍ଧାର୍ଥ ତ୍ରିପାଠୀ ,ମାନମିତ ପୁରୋହିତ ,ଆଜାଦ ମାଝୀ ,ତଥା ବୟୋଜ୍ୟେଷ୍ଠ ସେବାୟତ ନରସିଂହ ହୋତା ପ୍ରମୁଖ ନବାନ୍ନ ଉପଲକ୍ଷେ ପୂଜାକାର୍ଯ ସମ୍ପାଦନ କରଥିଲେ। ମହାପ୍ରଭୁଙ୍କ ନୀତି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କୁ ମନ୍ଦିର କର୍ମକର୍ତା ବିଶ୍ବମ୍ବର ମୁଣ୍ଡ ,ସୁବୋଧ ପଣ୍ଡା ,ସତ୍ୟ ପୁରୋହିତ ,ଯେକି ସରାଫ ,ମାନସ ପଣ୍ଡା ,ଭଗବାନ ବାଗ ,ମଧୁସୂଦନ ତ୍ରିପାଠୀ ପ୍ରମୁଖ ସୁଚାରୁ ରୁପେ ପରିଚାଳନା କରିଥିଲେ ବୋଲି କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଛନ୍ତି। ମହାପ୍ରଭୁଙ୍କର ପୂଜା ନୀତି ସରିବା ପରେ ଉପସ୍ଥିତ ଶହଶହ ଲୋକଙ୍କୁ ନବାନ୍ନ ଭୋଗ ହରିହର ପଙ୍ଗତ ବିତରଣ କରାଯାଇଥିଲା ।

Leave A Reply

Your email address will not be published.