ମହାବିରୋଡ଼/କାମାକ୍ଷାନଗର/ରିତେଶ ବ୍ରହ୍ମା( ୧୫/୦୩):ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ କୁଟୁରିଆ ପଞ୍ଚାୟତ ଗୋଳାଗାଡ଼ିଆ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି ।ସୂଚନା ଅନୁସାରେ ଗ୍ରାମର ସରତ ଧଳ(୬୯) ,ପତ୍ନୀ ରମ୍ଭାଙ୍କ ସହିତ ଛେଳି ଚରାଇବା ପାଇଁ ଗୋଲାଗାଡ଼ିଆ ଗ୍ରାମ ସନ୍ନିକଟ ଜଙ୍ଗଲକୁ ଯାଇଥିଲେ ପତ୍ନୀ ଛେଳି ଚରାଇ ଘରକୁ ସନ୍ଧ୍ୟା ୫.୩୦ ରେ ଘରକୁ ଫେରିଥିଲେ ସ୍ୱାମୀ ସରତ ଘରକୁ ଫେରିବା ବାଟରେ ହାତୀ ମୁହଁରେ ପଡିଯାଇଥିବାରୁ ଯାହା ଫଳରେ ହାତୀ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ହେଇଥିଲା ।ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକମାନେ ଖୋଜାଖୋଜି କରିବାରୁ ଗ୍ରାମ ପାଖ ଜଙ୍ଗଲରେ କ୍ଷତାତ୍ ଅବସ୍ଥାରେ ତାଙ୍କ ମୃତ ଦେହ ପଡିଥିବାର ଦେଖିଥିଲେ । ପରିବାର ଲୋକେ ଜଙ୍ଗଲରେ ସରତଙ୍କ ମୃତ ଦେହ ପାଇଥିଲେ ସମୟ ଅନୁମାନିକ ୮ ଟା ସମୟରେ ।ଏ ଖବର ପାଇ ବନ କର୍ମଚାରୀ ପହଁଚି ମୃତ ଦେହ ଉଦ୍ଧାର କରିଛନ୍ତି ।ଏ ସମ୍ପର୍କରେ ମହାବିରୋଡ଼ ରେଞ୍ଜ ଅଧିକାରୀ ହିମାଂଶୁ ଶେଖର ପୃଷ୍ଟି କହିଛନ୍ତି ହାତୀ ଆକ୍ରମଣରେ ମୃତ୍ୟୁ ଖବର ପାଇଅଛୁ ସରକାରୀ ନିୟମ ଅନୁସାରେ ୪ ଲକ୍ଷ ଟଙ୍କା କ୍ଷତିପୂରଣ ବ୍ୟବସ୍ଥା କରାଯିବ ।ଆକ୍ରମଣ କରିଥିବା ହାତୀ କେଉଁ ଅଞ୍ଚଳରେ ଅଛି ବିଭାଗ ତରଫରୁ ଖୋଜା ଚାଲିଛି ବୋଲି ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି ।ହାତୀ ମଣିଷ ଲଢେଇରେ କେତେବେଳେ ମଣିଷର ଜୀବନ ଯାଉଛି ତ କେତେବେଳେ ହାତୀର ଜୀବନ ଯାଉଛି।ହାତୀ ଏବେ ଗାଁ ମୁହାଁ ହେଉଥିବାରୁ ଅଞ୍ଚଳ ବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।ସରତଙ୍କ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।ଏହି ଖବର ପାଇ କୁଟୁରିଆ ସରପଞ୍ଚ ରଞ୍ଜିତ କୁମାର ସାହୁ,ସମିତି ସଭ୍ୟା ଲଷ୍ମୀପ୍ରିୟା ନାୟକ ଘଟଣା ସ୍ଥଳରେ ପହଞ୍ଚିଥିଲେ ।ରୋଗିବୋହା ଗାଡ଼ିରେ ସରତଙ୍କ ମୃତଦେହ ପରଜଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post