ବରଗଡ :- ବିଜୁ ଜନତା ଦଳର ଓଡିଶା ମୋ ପରିବାର ଓଡିଶା ବାସୀ ଅନେକ ପ୍ରଜାର ସେବା ଯୋଗାଇ ଏଜ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ମୁଖ୍ୟତଃ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରି ରାଜ୍ୟର ରକ୍ତ ଅଭାବକୁ ଦୂର କରିବା ନିମନ୍ତେ ଓଡିଶା ମୋ ପରିବାରର ପ୍ରୟାସ ଆଜି ଉଚ୍ଚ ପ୍ରଶଂସିତ ବୋଲି ପଦ୍ମପୁର ଅଞ୍ଚଳର ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା ,ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଲକ ସାନକଂଜାରି ଠାରେ ଆୟୋଜିତ ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଆଜି ଓଡିଶା ମୋ ପରିବାର ଆନୁକୂଲ୍ୟରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଳକ ସାନକୁଞ୍ଜାରୀ ଠାରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଙ୍କ ପରାମର୍ଶ କ୍ରମେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଅଛି | ଉକ୍ତ ଶିବିର କୁ ମୁଖ୍ୟ ଅତିଥି ଭାବରେ ଯୁବନେତା ଭୋଜରାଜ ସିଂ ବରିହା ଓ ସମ୍ମାନିତ ଅତିଥି ଭାବରେ ଓଡିଶା ମୋ ପରିବାର ର ବରଗଡ଼ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର ଯୋଗଦାନ ଦେଇ ଉଦଘାଟନ କଲେ | ଗ୍ରାମାଞ୍ଚଳରେ ଅୟୋଜିତ ଏହି ରକ୍ତଦାନ ଶିବିରରେ ସର୍ବମୋଟ 30 ୟୁନିଟ ରକ୍ତ ସଂଗୃହିତ ହୋଇଥିଲା , ରକ୍ତାଭାବ କୁ ଦୂରକରିବା ପାଇଁ ବିଜୁ ଯୁବ ଜନତା ଦଳ ର ଏହି ମହତ କାର୍ଯ୍ୟରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ମାନଙ୍କୁ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ରାଜୁ ଘିବେଲା ଧନ୍ୟବାଦ ଜଣେଇଥିଲେ | ରକ୍ତଦାନ ଶିବିର କୁ ସହଯୋଗ ଓ ବହୁମୂଲ୍ୟ ସମୟ ଦେଇଥିବାରୁ ବିଜୁ ଯୁବ ଜନତାଦଳ ର ସମସ୍ତ ସଦସ୍ୟ ଏବଂ ରକ୍ତଦାତା କୁ ଧନ୍ୟବାଦ ଜଣେଇଥିଲେ ବିଜୁ ଯୁବ ଜନତାଦଳ ଝାରବନ୍ଧ ବ୍ଳକ ସଭାପତି ଚନ୍ଦ୍ରଶେଖର ପଟେଲ ଓ ବିଜୁ ଯୁବ ଛାତ୍ର ଜନତାଦଳ ଝାରବନ୍ଧ ବ୍ଳକ ସଭାପତି ପ୍ରଶାନ୍ତ ବରିହା |
Sign in
Sign in
Recover your password.
A password will be e-mailed to you.
Prev Post