ଓଡ଼ଗାଁ, ୧୫।୩ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାପାଳ ଓଡ଼ଗାଁ ଗସ୍ତରେ ଆସି ୫ଟି ଯୋଜନାରେ ଅନ୍ତର୍ଭୁକ୍ତ ୧୫ରୁ ୧୩ ଗୋଟି ମଡେଲ ହାଇସ୍କୁଲର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ଏବଂ ପ୍ରତ୍ୟେକ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟରେ ଉପସ୍ଥାପନ ସମ୍ପର୍କରେ ପଚାରି ଅନୁପସ୍ଥିତିର କାରଣ ବୁଝିଥିଲେ । ଅନ୍ୟ କେତେକ ହାଇସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ପାଠ୍ୟଖସଡା ସହିତ ପାଠପଢା ସମ୍ପର୍କରେ ଆଲୋଚନା କରିଥିଲେ । ଆଜି ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଗୋତିସାହି ପଞ୍ଚାୟତର ବାଲୁଙ୍କେଶ୍ୱର ହାଇସ୍କୁଲ- ଗମ୍ଭାରୀଡିହି, ଆଙ୍ଗିସିଙ୍ଗିର ଗମେଣ୍ଟ ବିଏ କୋପରେଟିଭ ନୋଡାଲ ୟୁଜିଏଚଏସ-ଆଙ୍ଗିସିଙ୍ଗୀ, ଗୋଡିପଡାର ଉଦୟ ନବୀନ ଗାଲ୍ସ ହାଇସ୍କୁଲ-ଗୋଡିପଡା, ପଞ୍ଚୁମୁ ପଞ୍ଚାୟତର ବିବେକାନନ୍ଦ ବିଦ୍ୟାପୀଠ-କେସପାନିଆ, ଭାଲିଆଡିହିର ନୀଳକଣ୍ଠେଶ୍ଵର ହାଇସ୍କୁଲ-ଭାଲିଆଡିହି, ବରସାହିର ଗମେଣ୍ଟ ୟୁଜି ଏଚ- ବରସାହି, ନନ୍ଦିଘୋର ଗାଲ୍ସ ହାଇସ୍କୁଲ-ନନ୍ଦିଘୋର, ଓଡ଼ଗାଁ ଏନ୍ ଏସି ଅନ୍ତର୍ଗତ ରଘୁନାଥ ଗମେଣ୍ଟ ହାଇସ୍କୁଲ-ଓଡଗାଁ, ରାଧାକାନ୍ତ ଗମେଣ୍ଟ ଗାଲ୍ସ ହାଇସସ୍କୁଲ-ଓଡଗାଁ, କୋରପିଠାର ଜନତା ଗମେଣ୍ଟ ହାଇସ୍କୁଲ-କୋରପିଠା, ସାକେରୀର ରାହାସ ବିଦ୍ୟାପୀଠ-ସାକେରୀ, ପାଣ୍ଡେରିପଡାର ଜନଶକ୍ତି ଗମେଣ୍ଟ ହାଇସ୍କୁଲ, ଦେଓଗାଁ-ଭାଲିଆଡିହି, ଗିରିଡିପଲ୍ଲୀ ପଞ୍ଚାୟତର ଗମେଣ୍ଟ ୟୁଜି ହାଇସ୍କୁଲ-ଝାଡସାହି ପରିଦର୍ଶନ କରିଥିଲେ । ଏବଂ ସମୟ ଅଭାବରୁ ଗୋଡିପଲ୍ଲୀ ପଞ୍ଚାୟତ ର ଗୋପୀନାଥ ହାଇସ୍କୁଲ ଗୋଡିପଲ୍ଲୀ ଏବଂ ବାଣ୍ଠପୁର ପଞ୍ଚାୟତର ସରକାରୀ ୟୁଜି ହାଇସ୍କୁଲ ବାଣ୍ଠପୁର ବିଦ୍ୟାଳୟ ପରିଦର୍ଶନରେ ଯାଇପାରି ନଥିଲେ । ଏହି ସ୍କୁଲ ଗୁଡିକର ତଦାରଖ ବେଳେ ନୟାଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାସ ରାୟ, ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଓଡ଼ଗାଁ ବ୍ଳକ ବିଡ଼ିଓ ସନ୍ତୋଷ କୁମାର ଜେନା, ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅରୁନ୍ଧତୀ ପଣ୍ଡା, ସହକାରୀ ଯନ୍ତ୍ରୀ ସନାନ୍ତନ ଭୋଳ ଏବଂ ଅନ୍ୟ କନିଷ୍ଠ ଯନ୍ତ୍ରୀଙ୍କ ସହିତ ସ୍ଥାନୀୟ ଜନପ୍ରତିନିଧି ମାନେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post